ଦେଶ- ବିଦେଶ

ତୃତୀୟ ସନ୍ତାନ ପାଇଁ ନିଜ ଦରମାରୁ ଦେବେ ଟିଡିପି ଏମ୍‌ପି

ବିଜୟନଗରମ୍ : ପ୍ରତି ତୃତୀୟ କନ୍ୟାସନ୍ତାନ ଜନ୍ମ ପାଇଁ ନିଜ ଦରମାରୁ ପ୍ରଦାନ କରିବେ ଟିଡ଼ିପି ଏମ୍‌ପି । ସେତିକି ନୁହେଁ, ଝିଅ ହେଲେ ୫୦ ହଜାର ଟଙ୍କା ଏବଂ ପୁତ୍ରସନ୍ତାନ ପାଇଁ ଗାଈ ଓ ବାଛୁରୀ ଉପହାର ଦେବେ ବୋଲି ଘୋଷଣା କରିଛନ୍ତି। ଏମପିଙ୍କ ଏହି ଘୋଷଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟିଡିପି ନେତା ଓ କର୍ମୀମାନେ ଉକ୍ତ ଘୋଷଣାକୁ ନିଜ ନିଜ ଆକାଉଣ୍ଟରେ ପୁନଃ ପୋଷ୍ଟ କରିଛନ୍ତି।

ଆନ୍ଧ୍ରପ୍ରଦେଶ ବିଜୟନଗରମ୍‌ର ଟିଡିପି ଏମ୍‌ପି କେ. ଅପ୍ପଲା ନାଇଡୁ ନିଜ ନିର୍ବାଚନ ମଣ୍ଡଳୀରେ ମହିଳାମାନଙ୍କୁ ଅଧିକ ପିଲା ଜନ୍ମ ପାଇଁ ପ୍ରୋତ୍ସାହିତ କରିଛନ୍ତି। ପ୍ରତି ତୃତୀୟ କନ୍ୟାସନ୍ତାନ ଜନ୍ମ ପାଇଁ ସେ ନିଜ ଦରମାରୁ ୫୦ ହଜାର ଟଙ୍କା ଏବଂ ପୁତ୍ରସନ୍ତାନ ପାଇଁ ଗାଈ ଓ ବାଛୁରୀ ଉପହାର ଦେବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ନବଜାତ କନ୍ୟାସନ୍ତାନଙ୍କ ନାଁରେ ୫୦ ହଜାର ଟଙ୍କା ଜମା କରିବେ। ଉକ୍ତ କନ୍ୟା ବିବାହ ବୟସରେ ପହଞ୍ଚିବା ବେଳକୁ ଏହି ଜମା ୧୦ ଲକ୍ଷ ଟଙ୍କା ହୋଇପାରିବ। ନାଇଡୁଙ୍କ ଘୋଷଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଟିଡିପି ନେତା ଓ କର୍ମୀମାନେ ଉକ୍ତ ଘୋଷଣାକୁ ସେମାନଙ୍କ ଆକାଉଣ୍ଟରେ ପୁନଃ ପୋଷ୍ଟ କରିଛନ୍ତି। ଏମ୍‌ପିଙ୍କ ଏହି ଘୋଷଣାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରଶଂସା କରିଛନ୍ତି। ମହିଳା କର୍ମଚାରୀମାନଙ୍କୁ ସଂଖ୍ୟା ନିର୍ବିଶେଷରେ ପିଲା ଜନ୍ମ ପାଇଁ ମାତୃତ୍ୱ ଛୁଟି ଯୋଗାଇ ଦିଆଯିବ ବୋଲି ଚନ୍ଦ୍ରବାବୁ କହିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button