ବିକ୍ରାନ୍ତ ମେସିଙ୍କ ସହ ସ୍କ୍ରିନ୍ ସେୟାର କରିବେ ସଞ୍ଜୟ କପୁରଙ୍କ ଝିଅ

ମୁମ୍ବାଇ:ବଲିଉଡ୍ରେ ଅନେକ ଷ୍ଟାରକିଡ୍ସ ଡ଼େବ୍ୟୁ କରିସାରିଛନ୍ତି । ଏବେ ଆଉ ଜଣେ ଷ୍ଟାରକିଡ୍ ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଲେ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ଶନାୟା ତାଙ୍କର ଡେବ୍ୟୁ ଫିଲ୍ମ ‘ଆଖେଁ ଗୁଆଁ ଗୁସ୍ତାଖିଆଁ ’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି। ଏନେଇ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଫିଲ୍ମ ଶୁଟିଂ ଶେଟ୍ର ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି।
ଏହି ଫିଲ୍ମରେ ଶନାୟାଙ୍କ ବିପକ୍ଷରେ ଅଭିନେତା ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଫିଲ୍ମ ‘ଆଖେଁ ଗୁଆଁ ଗୁସ୍ତାଖିଆଁ ’ରେ ସନ୍ତୋଷ ସିଂ ନିର୍ଦ୍ଦେଶନା ଦେଉଛନ୍ତି । ଏହାର କାହାଣୀ ଲେଖିଛନ୍ତି ମାନ୍ସୀ ବାଗଲା ଏବଂ ନିରଞ୍ଜନ ଆୟର। ତେବେ ଏହି ଫିଲ୍ମର କାହାଣୀ ସମ୍ପର୍କରେ ସବିଶେଷ ତଥ୍ୟ ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ହୋଇନାହିଁ। ସେହିପରି ପ୍ରଯୋଜନା ସଂସ୍ଥା ପକ୍ଷରୁ ଏବେ ସୁଦ୍ଧା ଫିଲ୍ମର ରିଲିଜ୍ ତାରିଖ ପ୍ରକାଶ କରାଯାଇନାହିଁ।
ଶନାୟା ବଲିଉଡ୍ ଇଣ୍ଡଷ୍ଟ୍ରିର ଏକ ଖ୍ୟାତନାମା ପରିବାରରୁ ଆସନ୍ତି। ତାଙ୍କ ବାପା ସଞ୍ଜୟ କପୁର ବଲିଉଡ୍ରେ ଅଭିନେତା ଭାବେ ଅନେକ ଫିଲ୍ମରେ କାମ କରିଛନ୍ତି । ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ ମଧ୍ୟ ବିଶେଷ ସଫଳତା ପାଇ ନ ଥିଲେ । ଶନାୟାଙ୍କ ବଡ଼ବାପା ବୋନି କପୁର ବଲିଉଡ୍ର ଜଣେ ଖ୍ୟାତନାମା ଫିଲ୍ମ ନିର୍ମାତା । ସେହିପରି ତାଙ୍କର ଆଉଜଣେ ବଡ଼ବାପା ଅନିଲ କପୁର ଅଭିନେତା ଭାବେ ଇଣ୍ଡଷ୍ଟ୍ରିକୁ ଅନେକ ସଫଳ ଫିଲ୍ମ ଭେଟି ଦେଇଛନ୍ତି। ଶନାୟାଙ୍କ ସମ୍ପର୍କୀୟ ଭଉଣୀ ସୋନମ କପୁର ମଧ୍ୟ ଅନେକ ବଲିଉଡ୍ ଫିଲ୍ମରେ ପ୍ରମୁଖ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।