ମନୋରଞ୍ଜନ

ତିନିବର୍ଷ ତଳେ କିଣିଥିବା ଘରକୁ ବିକ୍ରି କରିଦେଲେ ଅମିତାଭ

ନୂଆଦିଲ୍ଲୀ: ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନ ତାଙ୍କ ଘରକୁ ବିକ୍ରି କରିଦେଇଛନ୍ତି । ଏହି ଘରକୁ ସେ ଗତ ୩ ବର୍ଷ ତଳେ କିଣିଥିଲେ । ଏହାକୁ ନେଇ ଏବେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହି ଘର ୧.୫୫ ଏକରର ରହିଛି। ଯେଉଁଥିରେ ୪,୫ ଓ ୬ ବିଏଚକେର କୋଠା ରହିଛି। ଏହି କୋଠାକୁ ବିକ୍ରି କରି ଅମିତାଭ ବଚ୍ଚନ ୧୬୮ ପ୍ରତିଶତ ଲାଭ ପାଇଥିବା ଜଣାଯାଇଛି ।

ଅମିତାଭ ସମ୍ପ୍ରତି ବିକ୍ରି କରିଥିବା ଏହି ଘରକୁ ସେ ୨୦୨୧ ଏପ୍ରିଲ ମାସରେ ୩୧ କୋଟି ଟଙ୍କାରେ କିଣିଥିଲେ। ଏବେ ଏହାକୁ ବିକ୍ରି କରି ଦେଇଛନ୍ତି। ଏହି ଘରେ ଅଭିନେତ୍ରୀ କ୍ରିିତି ସାନନ ଭଡ଼ାରେ ରହୁଥିଲେ । କ୍ରିତି ଏହି ଘରେ ରହିବାକୁ ୬୦ଲକ୍ଷ ଟଙ୍କାର ସିକ୍ୟୁରିଟି ମନି ଦେଇଥିଲେ । ଏଥିସହିତ ମାସକୁ ୧୦ଲକ୍ଷ ଟଙ୍କା ଭଡ଼ା ବାବଦକୁ ଦେଉଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button