ମନୋରଞ୍ଜନ

ମହାକୁମ୍ଭର ବ୍ୟବସ୍ଥା ଦେଖି ଯୋଗୀ ସରକାରଙ୍କ କଲେ ପ୍ରଶଂସା

ମୁମ୍ବାଇ: ସରି ସରି ଆସୁଛି ପ୍ରୟାଗରାଜରେ ସଙ୍ଗମରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ। ସୋମବାର ଦିନ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଅକ୍ଷୟ କୁମାର। ସଙ୍ଗମରେ ବୁଡ଼ ପକାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଏହା ସହ ସଙ୍ଗମରେ ବୁଡ଼ ପକାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିଛନ୍ତି। ବୁଡ଼ ପକାଇବା ପରେ ଅକ୍ଷୟ କୁମାର ମିଡିଆ ସହ କଥା ହୋଇଥିଲେ। ମହାକୁମ୍ଭରେ ବ୍ୟବସ୍ଥାକୁ ନେଇ ପ୍ରଶଂସା କରିଥିଲେ ଅକ୍ଷୟ। ଏହା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟ ପ୍ରଶଂସା କରିଥିଲେ।

ଅକ୍ଷୟ କହିଥିଲେ- ‘ମୁଁ ଏବେ ବି ମନେ ରଖିଛି ଯେ ୨୦୧୯ରେ ଯେତେବେଳେ ଶେଷ କୁମ୍ଭମେଳା ଅନୁଷ୍ଠିତ ହୋଇଥିଲା, କମ୍ ଲୋକ ଆସୁଥିଲେ ଏଥର ସମସ୍ତ ବଡ଼ ବଡ଼ ଲୋକ ଆସୁଛନ୍ତି।’ ଅମ୍ବାନୀ-ଆଦାନୀ ଆସୁଛନ୍ତି, ବଡ଼ ବଡ଼ ଅଭିନେତା ଆସୁଛନ୍ତି। ମହାକୁମ୍ଭ ବ୍ୟବସ୍ଥାକୁ ନେଇ ଅକ୍ଷୟ କହିଛନ୍ତି ସମସ୍ତ ପୋଲିସ କର୍ମଚାରୀ ଏବଂ କର୍ମଚାରୀଙ୍କ ପ୍ରତି ସେ କୃତଜ୍ଞ, ଯେଉଁମାନେ ସମସ୍ତଙ୍କର ଏତେ ଭଲ ଯତ୍ନ ନେଇଛନ୍ତି। ମୁଁ ତାଙ୍କୁ ହାତ ଯୋଡି ଧନ୍ୟବାଦ ଦେବାକୁ ଚାହୁଁଛି। ଯେତେବେଳେ ଅକ୍ଷୟ ବୁଡ଼ ପକାଇବାକୁ ଯାଉଥିଲେ, ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button