ମନୋରଞ୍ଜନ

ଦୁଇଗୁଣ ମୂଲ୍ୟରେ ଆପାର୍ଟମେଣ୍ଟ ବିକିଲେ ଅକ୍ଷୟ କୁମାର

ମୁମ୍ବାଇ: ମୁମ୍ବାଇରେ ଥିବା ଏକ ଫ୍ଲାଟକୁ ବିକ୍ରି କରିଦେଲେ ବଲିଉଡର ଖିଲାଡି କୁମାର ତଥା ଅକ୍ଷୟ କୁମାର । ସେ ଏହାକୁ ଦୁଇଗୁଣ ମୂଲ୍ୟରେ ବିକ୍ରି କରି ଦେଇଛନ୍ତି । ଅକ୍ଷୟଙ୍କ ବିକ୍ରି ହୋଇଥିବା ଫ୍ଲାଟଟି ସ୍କାଏ ସିଟିରେ ଅବସ୍ଥିତ। ସ୍କାଏ ସିଟି ଓବେରୟ ରିଅଲିଟି ଦ୍ୱାରା ବିକଶିତ । ଏହା ୨୫ ଏକର ଜମିରେ ବ୍ୟାପିଛି। ସ୍କୋୟାର ୟାର୍ଡସ କହିଛି, ଅକ୍ଷୟ କୁମାର ନଭେମ୍ବର ୨୦୧୭ରେ ଏହାକୁୁ ୨.୩୮ କୋଟି ଟଙ୍କାରେ କିଣିଥିଲେ । ସମ୍ପ୍ରତି ଏହାକୁ ୪.୨୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି, ଯାହା ମୂଲ୍ୟରେ ୭୮ ପ୍ରତିଶତ ବୃଦ୍ଧିକୁ ପ୍ରତିଫଳିତ କରେ।

ଅକ୍ଷୟ କୁମାର ଆଜିକାଲି ତାଙ୍କ ଫିଲ୍ମ ସ୍କାଏ ଫୋର୍ସ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଶୁକ୍ରବାର ସିନେମା ହଲରେ ମୁକ୍ତିଲାଭ କରିଛି। ସ୍କାଏ ଫୋର୍ସ ଦର୍ଶକ ଏବଂ ସମାଲୋଚକମାନଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଛି। ବୀର ପାହାଡ଼ିଆ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମରେ ନିମରତ କୌର ଏବଂ ସାରା ଅଲି ଖାନ ମଧ୍ୟ ଅଭିନୟ କରିଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ ତାଙ୍କର ମୁମ୍ବାଇ ଆପାର୍ଟମେଣ୍ଟକୁ ଦୁଇଗୁଣ ମୂଲ୍ୟରେ ବିକ୍ରି କରିଛନ୍ତି। ଆପାର୍ଟମେଣ୍ଟର କାର୍ପେଟ କ୍ଷେତ୍ରଫଳ ୧,୦୭୩ ବର୍ଗଫୁଟ। ଏଥିରେ ଦୁଇଟି କାର ପାର୍କିଂ ପାଇଁ ମଧ୍ୟ ସୁବିଧା ଅଛି। ଏହି କାରବାରରେ ୨୫.୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଏବଂ ୩୦,୦୦୦ ଟଙ୍କାର ପଞ୍ଜିକରଣ ଫି ମଧ୍ୟ ଦିଆଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button