ମନୋରଞ୍ଜନ

ଅଳ୍ପକେ ବର୍ତ୍ତିଲେ ଟଲିଉଡ୍ ଅଭିନେତା

ଦୁବାଇ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଟଲିଉଡ ଅଭିନେତା ଅଜିତ କୁମାର। ଅଜିତ କୁମାର ଦୁବାଇରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତେବେ ଅଭିନେତାଙ୍କର ଏହି ଦୁର୍ଘଟଣାରେ କୌଣସି କ୍ଷତି ହୋଇନାହିଁ। ତାଙ୍କ ଦୁର୍ଘଟଣାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ ପୋର୍ସ କାର ଚଳାଉଥିବାର ନଜର ଆସିଛନ୍ତି।

ଅଜିତ କୁମାର ଆଗାମୀ କାର ରେସିଂରେ ଭାଗ ନେବା ପାଇଁ ଦୁବାଇରେ ଅଛନ୍ତି। ଦୁବାଇରେ ୨୪ ଆୱାର ରେସ୍ ୨୦୨୫ରେ ଭାଗ ନେବାକୁ ପ୍ରସ୍ତୁତ ହେଉଥିବା କଥା ଜଣାପଡିଛି । ଏଥିପାଇଁ ଦୁବାଇ ଗ୍ରାଣ୍ଡ ଫିକ୍ସ ଅଭ୍ୟାସ ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦ୍ରୁତ ଗତିରେ ଯାଉଥିବା କାରଟି ରେସିଂ ଟ୍ରାକ୍ କଡ଼ରେ ଥିବା ଏକ କାନ୍ଥରେ ମାଡ଼ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣା ସମୟର ଭିଡିଓ ମଧ୍ୟ ଅଜିତ କୁମାରଙ୍କ ଅଫିସିଆଲ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରାଯାଇଛି । ଗାଡି ଦୁର୍ଘଟଣା ପରେ ତାଙ୍କ ଗାଡି ୪ ରୁ ୫ ଥର ଘୁରି ଥିଲା । ହେଲେ ଅଭିନେତାଙ୍କର କାର ଭିତରୁ ବାହାରୁଥିବା ଦେଖାଯାଇଛି ।

ତାଙ୍କ ଟିମ ପକ୍ଷରୁ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ଖବର ଶେୟାର କରାଯାଇ ନାହିଁ । ଅଜିତ ଏକ ରେସିଂ ଟିମର ମାଲିକ ମଧ୍ୟ ଅଛନ୍ତି । ସେ ନିଜ ସାଥୀ ମାଥ୍ୟୁ ଡେଟ୍ରି, ଫ୍ୟାବିୟାନ ଡଫିକ୍ସ ଓ କ୍ୟାମେରନ ମ୍ୟାକଲୟେଡଙ୍କ ସହ ପୋର୍ଶ ୯୯୨ କ୍ଲାସରେ ଅଂଶଗ୍ରହଣ କରିବେ । ଅଜିତ ତାଙ୍କ ଆକ୍ସନ ଅଭିନୟ ନେଇ ପ୍ରଶଂସକଙ୍କ ମହଲରେ ବେଶ ପରିଚିତ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button