ବିବାଦରେ ଏଜାଜ୍ ଖାନ୍ଙ୍କ ‘ହାଉସ୍ ଆରେଷ୍ଟ’

ମୁମ୍ବାଇ:ଅଭିନେତା ଏଜାଜ୍ ଖାନ୍ଙ୍କ ରିଆଲିଟି ଶୋ’ ‘ହାଉସ୍ ଆରେଷ୍ଟ’ରେ ଯୌନ ଉଦ୍ଦୀପକ କଣ୍ଟେଣ୍ଟକୁ ନେଇ ବିବାଦ ଉଠିବା ପରେ ଓଭର ଦି ଟପ୍ (ଓଟିଟି) ଉଲ୍ଲୁ ଏହାକୁ ହଟାଇ ଦେଇଛି। ଆଡଲ୍ଟ କଣ୍ଟେଣ୍ଟ ପାଇଁ ପରିଚିତ ଉଲ୍ଲୁ ଆପ୍ରେ ଏବେ ‘ହାଉସ୍ ଆରେଷ୍ଟ’ ସର୍ଚ୍ଚ କଲେ ଏଥିରେ କୌଣସି ରେଜଲ୍ଟ ଆସୁନାହିଁ। ଉକ୍ତ ଶୋ’ର ଏକ ଶର୍ଟ ଭିଡିଓ କ୍ଲିପ୍କୁ ନେଇ ରାଜନେତାଙ୍କଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଉଲ୍ଲୁ ଆପ୍ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ଏଥିରେ ଏଜାଜ୍ ମହିଳା ପ୍ରତିଯୋଗୀମାନଙ୍କୁ କ୍ୟାମେରା ସାମ୍ନାରେ ଅନ୍ତରଙ୍ଗ କାର୍ଯ୍ୟକଳାପରେ ଲିପ୍ତ ରହିବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏପରି କି ଶୁଟିଂ ବେଳେ ଏଜାଜ୍ଙ୍କ ବ୍ୟକ୍ତିଗତ ପ୍ରଶ୍ନ ଓ ଉତ୍ତେଜକ କଥାବାର୍ତ୍ତା ଉପରେ ମଧ୍ୟ କେତେଜଣ ମହିଳା ପ୍ରତିଯୋଗୀ ଆପତ୍ତି ଉଠାଇଥିଲେ। ଜାତୀୟ ମହିଳା କମିଶନ୍ (ଏନ୍ସିଡବ୍ଲ୍ୟୁ) ଏନେଇ ଉଲ୍ଲୁ ସିଇଓ ବିଭୁ ଅଗ୍ରଓ୍ବାଲ ଏବଂ ଏଜାଜ୍ ଖାନ୍ଙ୍କୁ ସମନ କରିଛନ୍ତି।
(ୟୁବିଟି)ର ରାଜ୍ୟ ସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ଗୁରୁବାର ଏହାର ଏକ କ୍ଲିପ୍କୁ ଏକ୍ସ’ରେ ଶେୟାର କରିଥିଲେ। ଏଭଳି ‘ଅଶ୍ଳୀଳ କଣ୍ଟେଣ୍ଟ’ଗୁଡ଼ିକୁ କାହିଁକି ନିଷିଦ୍ଧ କରାଯାଉନାହିଁ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଥିଲେ। ବିଗ୍ ବସ୍ର ପୂର୍ବତନ କଣ୍ଟେଷ୍ଟାଣ୍ଟ ତଥା ‘ରକ୍ତଚରିତ୍ର’ ଭଳି ଅଳ୍ପ କେତୋଟି ଫିଲ୍ମରେ ଅଭିନୟ କରିଥିବା ଏଜାଜ୍ଙ୍କୁ ମେ’ ୯ରେ ହାଜର ହେବାକୁ ଏନ୍ସିବିଙ୍କ ନିର୍ଦ୍ଦେଶ ରହିଛି।