ଦେଶ- ବିଦେଶ

ଏୟାର ହୋଷ୍ଟେସ୍‌ଙ୍କୁ ସ୍ୱାଧୀ କରାଇବାକୁ ରାଜି ହେଉନାହାନ୍ତି ସନ୍ଥ

ପ୍ରୟାଗରାଜ: ସାଧ୍ୱୀ ହେବାକୁ ଚାହୁଁଛନ୍ତି ଏୟାର ହୋଷ୍ଟେସ୍ । ସେ ସବୁକିଛି ଛାଡ଼ି ସ୍ୱାଧୀ ହେବାକୁ ମହାକୁମ୍ଭରେ ପହଞ୍ଚିଛନ୍ତି । ହେଲେ ଏହାକୁ ନେଇ ସେ ଚିନ୍ତିତ ହୋଇପଡ଼ିଛନ୍ତି । ତାଙ୍କର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସଙ୍ଗମ ନଗରୀ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭର ଅଧିକାଂଶ ସମୟ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ପ୍ରଥମେ ଆଇଆଇଟି ବାବା ଅଭୟ ସିଂହଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ତା’ପରେ ମଡ଼େଲ, ଅଭିନେତ୍ରୀ ତଥା ଆଙ୍କର ହର୍ଷା ରିଚାରିଆ ଏବଂ ମାଳି ବିକ୍ରି କରୁଥିବା ଯୁବତୀ ମୋନାଲିସାଙ୍କ ଅନେକ ଭିଡିଓ ଭାଇରାଲ ହୋଇଥିଲା। ଏସବୁ ମଧ୍ୟରେ, ଜଣେ ଏୟାର ହୋଷ୍ଟେସ ମହାକୁମ୍ଭରେ ପ୍ରବେଶ କରିଛନ୍ତି, ଯିଏ ସବୁକିଛି ଛାଡି ସାଧ୍ୱୀ ହେବାକୁ ଚାହୁଁଛନ୍ତି।

ଡିଜା ଶର୍ମା ଗେରୁଆ ରଙ୍ଗର ପୋଷାକ ପିନ୍ଧିଛନ୍ତି । ସେ ସ୍ପାଇସଜେଟ କମ୍ପାନୀରେ ଜଣେ ଏୟାର ହୋଷ୍ଟେସ ଥିଲେ। ତାଙ୍କର ବେକରେ ବଡ଼ ରୁଦ୍ରାକ୍ଷ ମାଳି, କପାଳରେ ଚନ୍ଦନ ଏବଂ ମୁହଁରେ ମେକଅପ ରହିଛି। ସେ କୁହନ୍ତି ଯେ ତାଙ୍କ ମାଆ ପ୍ରାୟ ଛଅ ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ, ଯାହା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା ଏବଂ ସେ ଆଧ୍ୟାତ୍ମିକତାର ପଥ ବାଛିଥିଲେ। ସେ ଜଣେ ଗୁରୁଜୀ ଏବଂ ଗୁରୁମାତାଙ୍କ ନିକଟରେ ସାଧ୍ୱୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ସେମାନେ ରୋକଠୋକ ମନା କରି କହିଥିଲେ ଯେ, ସେ ଏପର୍ଯ୍ୟନ୍ତ ବହୁତ ଛୋଟ ଅର୍ଥାତ୍ ସାଧ୍ୱୀ ହେବାକୁ ତାଙ୍କର ବୟସ ହୋଇନାହିଁ। ସେ ମହାକୁମ୍ଭରେ ଯେଉଁଠାକୁ ଯାଆନ୍ତି, ସେଠାରେ ଲୋକଙ୍କ ଭିଡ଼ ଜମିଯାଏ । ଅନେକ ତାଙ୍କ ସହିତ ସେଲ୍ଫି ନେବା ଆରମ୍ଭ କରନ୍ତି।

ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ୟୁଜର୍ସମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ଏହା ଇନଷ୍ଟାଗ୍ରାମରେ ଫଲୋଅର୍ସ ବୃଦ୍ଧି କରିବାର ଏକ ନୂଆ ଟ୍ରିକ। ପୂର୍ବରୁ ହର୍ଷା ରିଚାରିଆ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ। ତଥାପି, ସେ ସ୍ପଷ୍ଟ କରିଥିଲେ ଯେ ହର୍ଷା ସାଧ୍ୱୀ ନୁହଁନ୍ତ

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button