ଦେଶ- ବିଦେଶ

ଆଦାନୀଙ୍କ ମହାନତା: ଦାନ କରିଦେଲେ ୧୦ ହଜାର କୋଟି ଟଙ୍କା

ମୁମ୍ବାଇ: ପୁଅ ବାହାଘରରେ ୧୦ ହଜାର କୋଟି ଟଙ୍କା ଦାନ କଲେ ଶିଳ୍ପପତି ଗୌତମ ଆଦାନୀ । ଏହି ରାଶି ସୁଲଭ ଏବଂ ବିଶ୍ୱସ୍ତରୀୟ ହସ୍ପିଟାଲ ଏବଂ ସ୍କୁଲ ନିର୍ମାଣ ପାଇଁ ବ୍ୟବହାର କରାଯିବ। ଏହା ସହିତ, ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯିବ। ସମାଜର ଦୁର୍ବଳ ବର୍ଗକୁ ସଶକ୍ତ କରିବା ଦିଗରେ ଆଦାନୀ ପରିବାରର ଏଭଳି ପଦକ୍ଷେପକୁ ଖୁବ୍ ପ୍ରଶଂସା କରାଯାଇଛି ।

ଗତ ଶୁକ୍ରବାର ଶିଳ୍ପପତି ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଜିତ୍ ତାଙ୍କ ମଙ୍ଗେତର ଦିବା ଶାହଙ୍କୁ ଜୀବନସାଥୀ କରିଛନ୍ତି । ସମସ୍ତ ବିବାହ କାର୍ଯ୍ୟକ୍ରମ ପାରମ୍ପରିକ ଜୈନ ରୀତିନୀତି ଅନୁସାରେ ଶାନ୍ତିଗ୍ରାମ ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଏକ ବ୍ୟକ୍ତିଗତ ଉତ୍ସବରେ ଆୟୋଜିତ ହୋଇଥିଲା । ଏଥିରେ କେବଳ ପରିବାର ସଦସ୍ୟ ଏବଂ ନିକଟତର ବନ୍ଧୁମାନେ ସାମିଲ ହୋଇଥିଲେ । ଆଦାନୀ ପରିବାର ଏହି ବିବାହକୁ ଭବ୍ୟ କରିବା ପରିବର୍ତ୍ତେ ସରଳ ରଖିବାକୁ ପସନ୍ଦ କରିଥିଲେ। ଏହି କାର୍ଯ୍ୟକ୍ରମରେ କୌଣସି ବଲିଉଡ ଷ୍ଟାର, ଶିଳ୍ପପତି କିମ୍ବା ରାଜନେତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା।

ଏହି ବିଶେଷ ଅବସରରେ ଗୌତମ ଆଦାନୀ ସମାଜ ସେବା ପାଇଁ ୧୦,୦୦୦କୋଟି ଟଙ୍କା ଦାନ କରିଛନ୍ତି। ଏହି ରାଶି ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣରେ ବ୍ୟବହୃତ ହେବ। ସମାଜର ଦୁର୍ବଳ ବର୍ଗକୁ ସଶକ୍ତ କରିବା ଦିଗରେ ଆଦାନୀ ପରିବାରର ଏହି ଉଦ୍ୟମକୁ ଲୋକେ ବହୁତ ପ୍ରଶଂସା କରିଛନ୍ତି ।

ଗୌତମ ଆଦାନୀ ସୋସିଆଲ ମିଡିଆରେ ପୁଅଙ୍କ ବିବାହ ଫଟୋ ସେୟାର କରିଛନ୍ତି । ତାଙ୍କ ଶୁଭେଚ୍ଛୁଙ୍କଠାରୁ ଆଶୀର୍ବାଦ ବି ଲୋଡିଛନ୍ତି। ସେ ଲେଖିଛନ୍ତି, ‘ସର୍ବଶକ୍ତିମାନଙ୍କ ଆଶୀର୍ବାଦରେ, ଜିତ ଏବଂ ଦିବା ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହା ଏକ ଛୋଟ ଏବଂ ଅତ୍ୟନ୍ତ ବ୍ୟକ୍ତିଗତ ଉତ୍ସବ ଥିଲା ତେଣୁ ଆମେ ଚାହୁଁଥିଲେ ମଧ୍ୟ ସମସ୍ତ ଶୁଭେଚ୍ଛୁଙ୍କୁ ନିମନ୍ତ୍ରଣ କରିପାରିଲୁ ନାହିଁ, ଯାହା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଆଦାନୀଙ୍କ ଏହି ବାର୍ତ୍ତା ପରେ, ସୋସିଆଲ ମିଡିଆରେ ଲୋକମାନେ ନବବିବାହିତ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button