ଦେଶ- ବିଦେଶ

କେଜ୍ରିୱାଲଙ୍କ ଉପସ୍ଥିତିରେ ଆପ୍‌ରେ ସାମିଲ ହେଲେ ଅଭିନେତ୍ରୀ ସୋନିଆ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିରେ ସାମିଲ ହେଲେ ପଞ୍ଜାବୀ ଅଭିନେତ୍ରୀ ସୋନିଆ ମାନ୍ । ରବିବାର ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଆପ୍‌ରେ ଯୋଗ ଦେଇଛନ୍ତି । ନୂଆ ସଦସ୍ୟଙ୍କୁ ସ୍ୱାଗତ କରି ଆପ୍ ର ପଞ୍ଜାବ ୟୁନିଟ୍ ଏକ୍ସରେ ପୋଷ୍ଟ କରିଛି ଯେ, ‘କୀର୍ତ୍ତି କିଷାନ ୟୁନିଅନ ନେତା ଏସ ବଳଦେବ ସିଂହ ଜୀଙ୍କ ଝିଅ ଏବଂ ପଞ୍ଜାବୀ ଅଭିନେତ୍ରୀ ସୋନିଆ ମାନ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କୁ ଆମ ଆଦମୀ ପାର୍ଟି ପରିବାରକୁ ସ୍ୱାଗତ କରୁଛୁ।’

ସୋନିଆ ମାଲାୟଲମ, ହିନ୍ଦୀ, ତେଲୁଗୁ ଏବଂ ମରାଠୀ ସମେତ ବିଭିନ୍ନ ଭାଷାର ଫିଲ୍ମରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇପାରିଛନ୍ତି । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେ ମାଲାୟଲମ ଚଳଚ୍ଚିତ୍ର ‘ହାଇଡ୍ ଆନ୍ ସିକ୍‌’ ମାଧ୍ୟମରେ ଡେବ୍ୟୁ କରିଥିଲେ । ପରେ କହିଁ ହେ ମେରା ପ୍ୟାର ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ସେ ୨୦୨୦ରେ ହାପି ହାର୍ଡି ଏବଂ ହିରରେ ଅଭିନୟ କରିଥିଲେ । ଫିଲ୍ମ ବ୍ୟତୀତ ସେ ୨୦୧୮ରେ ଦିବଂଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲେଙ୍କ ସହ ଗୀତ ଗାଈଥିଲେ । ସୋନିଆଙ୍କ ପିତା, ବଳଦେବ ସିଂହ ଜଣେ କୃଷକ ନେତା । ତାଙ୍କୁ ୧୯୮୦ ଦଶକରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପର ଶୋଚନୀୟ ପରାଜୟ ପରେ ଅରବିନ୍ଦ କେଜ୍ରିୱାଲ ଆପର ପଞ୍ଜାବ ୟୁନିଟ୍ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଦୁଇ ବର୍ଷର ପ୍ରସ୍ତୁତି ସହିତ, ସେ ପଞ୍ଜାବର ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଆପର ସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଆସନ ବଞ୍ଚାଇପାରି ନଥିଲେ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button