ରାଜ୍ୟ
ଶୋଇଥିବା ବେଳେ ଏସିଡ ମାଡ଼, ବାପା ଓ ପୁଅ ଗୁରୁତର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ରାତିରେ ଘରେ ଶୋଇଥିବା ସମୟରେ ଜଣେ ଦୁବୃର୍ତ୍ତ ଘରେ ପଶି ଏସିଡ ଫିଙ୍ଗି ଫେରାର ହୋଯାଇଥିବା ଅଭିଯୋଗ ହୋଇଛି। ଏସିଡ ମାଡ଼ରେ ବାପା ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତର୍ି କରାଯାଇଥିଲା।
ଗତକାଲି ରାତିରେ ବୁଢ଼ା କୁନ୍ଦେଲ ଗାଁର ମୋହନ ପନ୍ଦର ନିଜ ୧୨ ବର୍ଷର ପୁଅ ଅନୁଜଙ୍କ ସହ ଘରେ ଶୋଇଥିଲେ । ରାତ୍ରି ପ୍ରାୟ ୨ଟା ସମୟରେ ଶୋଇଥିବା ଅବସ୍ଥାରେ କେହି ଜଣେ ଦୁର୍ବୃତ୍ତ ଆସି ସେମାନଙ୍କ ଉପରକୁଏସିଡ ଫିଙ୍ଗି ଦୌଡ଼ି ପଳେଇଥିଲା । ଏସିଡ ମାଡେ଼ର ମୋହନ ଓ ତାଙ୍କ ପୁଅର ଛାତି ଓ ମୁହଁ ପୋଡ଼ିଯାଇଛି । ଦୁହେଁ ତୁମୁଡିବନ୍ଧ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏଣେ ଘଟଣାସ୍ଥଳରେ ତୁମୁଡିବନ୍ଧ ଭାରପ୍ରାପ୍ତ ଅଧୂକାରୀ ଆଶୁତୋଷ ଜେନା ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।