ଦେଶ- ବିଦେଶ

ପିକ୍‌ଅପ୍‌ ଭ୍ୟାନ୍‌ ମାଡ଼ିଯାଇ ୭ ସଫେଇ କର୍ମୀଙ୍କ ମୃତ୍ୟୁ

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତକ ଏବଂ ଆହତ ବ୍ୟକ୍ତିମାନେ ହେଉଛନ୍ତି ସଫେଇ କର୍ମୀ। ସେମାନେ ଫିରୋଜପୁର ଝିରକାରେ ଇବ୍ରାହିମ ବାସ୍‌ ଗ୍ରାମ ନିକଟସ୍ଥ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେରେ ସଫେଇ କାର୍ଯ୍ୟ କରୁଥିବା ବେଳେ ଏକ ଦ୍ରୁତଗାମୀ ପିକ୍‌ ଅପ୍‌ ଭ୍ୟାନ୍‌ ସେମାନଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣ ମହିଳାଙ୍କ ସମେତ ୭ ସଫେଇ କର୍ମୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୫ ଜଣ ଆହତ ହୋଇଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଏହି ଦୁର୍ଘଟଣା ଘଟିଛି।

ସଫେଇ କର୍ମଚାରୀମାନେ ହାଇ ସ୍ପିଡ୍‌ କରିଡର ନିକଟରେ ରୁଟିନ୍‌ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେମାନଙ୍କ ଉପରକୁ ପିକ୍‌ଅପ୍‌ ଭ୍ୟାନ୍‌ ମାଡ଼ି ଯାଇଥିଲା। ଦୁର୍ଘଟଣାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ କିଛି ଲୋକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। ନୁହ ପୁଲିସ ମୁଖପାତ୍ର କୀଷ୍ଣ କୁମାର କହିଛନ୍ତି, ଆହତମାନଙ୍କୁ ମଣ୍ଡି ଖେଡ଼ା ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମୃତକମାନେ ଖେଡ଼ି କଲାନ୍‌ ଗ୍ରାମର।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button