ମନୋରଞ୍ଜନ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆରାଧ୍ୟା ବଚ୍ଚନ, ଗୁଗଲକୁ ଜାରି ହେଲା ନୋଟିସ୍

ମୁମ୍ବାଇ: ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ । କିଛି ୟୁଟ୍ୟୁବ୍ ଚ୍ୟାନେଲ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭୁଲ ରିପୋର୍ଟ ପ୍ରସାରଣ କରିଥିବାକୁ ନେଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦାଖଲ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଗୁଗୁଲକୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ ରେ ଦିଲ୍ଲୀ ହାଇକୋର୍ଟରେ କରାଯିବ ।

କିଛି ୟୁଟ୍ୟୁବ୍ ଚ୍ୟାନେଲରେ ଆରାଧ୍ୟାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ଭୁଲ ଖବର ପ୍ରସାରଣ କରିଥିଲେ । କୁହାଯାଇଥିଲା ଯେ ଆରାଧ୍ୟା ବହୁତ ଅସୁସ୍ଥ ଅଛନ୍ତି। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବଚ୍ଚନ ପରିବାର ୨୦୨୩ ମସିହାରେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଭିଡିଓଗୁଡିକ ହଟାଇବାକୁ ସେ ଦାବି କରିଥିଲେ। ଏହାପରେ ଏପ୍ରିଲ୍ ୨୦୨୩ ରେ, ଦିଲ୍ଲୀ ହାଇକୋର୍ଟ ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ବିଭ୍ରାନ୍ତିକର ତଥ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଏହି ଭିଡିଓ ଏ ପର୍ଯ୍ୟନ୍ତ ହଟାଯାଇନାହିଁ । ବର୍ତ୍ତମାନ ନୂତନ ଆବେଦନରେ ଆରାଧ୍ୟା ବଚ୍ଚନ ଅଭିଯୋଗ କରିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆରୁ ସମ୍ପୂର୍ଣ୍ଣ ରୂପେ ହଟାଯାଇ ନାହିଁ। ଆରାଧ୍ୟାଙ୍କ ଆବେଦନ ପରେ ହାଇକୋର୍ଟ ଗୁଗୁଲକୁ ନୋଟିସ ଜାରି କରିଛନ୍ତି। ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ ରେ ଦିଲ୍ଲୀ ହାଇକୋର୍ଟରେ ହେବ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button