ଦେଶ- ବିଦେଶ

ଆପକୁ ଶାହଙ୍କ ଟାର୍ଗେଟ୍‌, କହିଲେ କେଜ୍ରିୱାଲ ସବୁଠୁ ବଡ଼ ମିଛୁଆ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ରାଜନୀତି ବେଶ ସରଗରମ। ଶାସକ ଦଳଠୁ ଆରମ୍ଭ କରି ବିରୋଧୀ ଦଳ ସମସ୍ତେ ଜୋରସୋରରେ ଚଳାଇଛନ୍ତି ପ୍ରଚାର। ଆଉ ପ୍ରତିଟି ଦଳ ନିଜ ନିର୍ବାଚନି ଇନିଂସ ଖେଳିବା ପାଇଁ ପୁରା ସଜବାଜ।

ଏହାରି ଭିତରେ ପ୍ରତ୍ୟେକ ରାଜନୈତିକ ଦଳ ଦିଲ୍ଲୀ ବିଧାନସଭା ପାଇଁ ସଂକଳ୍ପ ପତ୍ର ବି ଜାରି କରିସାରିଛନ୍ତି। ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ ବେକାରୀ ସମସ୍ୟାକୁ ମୁଖ୍ୟ ଅସ୍ତ୍ର କରିଥିବା ବେଳେ, ବିଜେପି ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେଇଛି। ଆଉ ଏହି ନିର୍ବାଚନ ଲଢ଼େଇ ଭିତରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦିଲ୍ଲୀ ନିର୍ବାଚନ ପାଇଁ ତୃତୀୟ ଓ ଶେଷ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ବିଜେପି। ଆଉ ଏହି ସଂକଳ୍ପ ପତ୍ରକୁ ଘୋଷଣା କରିଛନ୍ତି ଅମିତ୍ ଶାହ।

ଶାହଙ୍କ କହିବା କଥା କେଜ୍ରିୱାଲଙ୍କ ଭଳି ବଡ଼ ମିଛୁଆ ଆଉ କେହି ନାହାନ୍ତି। ‘ମୋ ଦେଖିବାରେ କେଜରିୱାଲ ସବୁଠୁ ବଡ଼ ମିଛୁଆ । କେଜରିୱାଲ ଯାହା କୁହନ୍ତି ତାହା ପୂରଣ କରନ୍ତି ନାହିଁ । କେଜ୍ରିୱାଲଙ୍କ ସରକାର ସମୟରେ ଦିଲ୍ଲୀରେ ଅଧିକ ଦୁର୍ନୀତି ହୋଇଛି। ଏହାସହ ମହଲା କ୍ଲିନିକ୍ ପ୍ରସଙ୍ଗ ଉଠାଇ ଆପକୁ ପ୍ରଶ୍ନ କରିଛନ୍ତି ଶାହ। ମହଲା କ୍ଲିନିକ୍‌ରେ ଅସ୍ତ୍ରୋପଚାର ହେଉଛି କି ବୋଲି ପଚାରି ସମାଲୋଚନା କରିଥିଲେ ଶାହ । ଦିଲ୍ଲୀବାସୀଙ୍କ ସମ୍ପତ୍ତିରେ କିଛି ବି ବୃଦ୍ଧି ହୋଇନାହିଁ କିନ୍ତୁ କେଜ୍ରିୱାଲ ୫୧ କୋଟିର ଶିସମହଲ କରିଛନ୍ତି । କେବଳ ଏତିକି ନୁହେଁ ୨୪ ହଜାର ୪୦୦ କୋଟିର ଜଳ ବୋର୍ଡ ଦୁର୍ନୀତି କରିଛନ୍ତି କେଜ୍ରିୱାଲ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button