ରାଜ୍ୟ
ଭୁବନେଶ୍ୱରରେ ଚାଲିଥିଲା ସ୍ପା ନାଁରେ ସେକ୍ସ ରାକେଟ୍
ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିଲା ସ୍ପା ନାଁରେ ସେକ୍ସ ରାକେଟ୍ । ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ। ଘଟଣାସ୍ଥଳରୁ ଜଣେ ଯୁବକ ଧରାପଡିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ତେବେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ଆସିଥିବା ବେଳେ ତାଙ୍କୁ ସ୍ପା ମାଲିକ ବାଡିଆବାଡି କରିଥିବାରୁ ସେ ଆହତ ହୋଇଥିବା ସୂଚନା ମିଳୁଛି ।
ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସ ଚଢାଉ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ତେବେ ରବି ଟକିଜ୍ ସ୍ଥିତ ସ୍ପାରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେବା ପରେ ବଡଗଡ ପୋଲିସ ଉକ୍ତି ସ୍ପା ଉପରେ ଚଢାଉ କରିଥିଲା । ଚଢାଉ ପରେ ସେଠାରେ ସେକ୍ସ ରାକେଟ୍ ଠାବ କରିଥିଲା ପୋଲିସ ।