ରାଜ୍ୟ

ଓଡ଼ିଶାରୁ ମାଣ୍ଡିଆ ନେଲା ଏଫ୍‌ସିଆଇ

ଭୁବନେଶ୍ବର: ଓଡ଼ିଶାରୁ ପ୍ରଥମଥର ଲାଗି ଏଫ୍‌ସିଆଇ(ଭାରତୀୟ ଖାଦ୍ୟ ନିଗମ) ମାଣ୍ଡିଆ ଉଠାଇଛି। ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ଉତ୍ପାଦିତ ଉଚ୍ଚ ପୁଷ୍ଟି ଓ ଗୁଣଯୁକ୍ତ ମାଣ୍ଡିଆ ଉଠାଇବା ପାଇଁ ଏଫ୍‌ସିଆଇ ଇଚ୍ଛା ଜାହିର କରିଥିଲା। ଏହିଭିତ୍ତିରେ କେନ୍ଦ୍ରୀୟ ପୁଲ ଆଧାରରେ ରାଜ୍ୟରୁ ୪୦ ହଜାର ମେଟ୍ରିକ ଟନ୍‌ ମାଣ୍ଡିଆ ଉଠାଯିବ। ଯାହା ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରଦାନ କରାଯିବ। ୨୦୨୪-୨୫ ଖରିଫ୍‌ ଋତୁରେ ରାଜ୍ୟର ପ୍ରାୟ ୬୪ ହଜାରରୁ ଅଧିକ ଚାଷୀଙ୍କଠାରୁ ୭୫ ହଜାର ମେଟ୍ରିକ ଟନ୍‌ ମାଣ୍ଡିଆ ସଂଗ୍ରହ କରାଯାଇଥିଲା।

ସଂଗୃହୀତ ମାଣ୍ଡିଆରୁ ୪୦ ହଜାର ମେଟ୍ରିକ୍‌ ଟନ୍‌ ଉଠାଣ ପାଇଁ ଏଫ୍‌ସିଆଇ ରାଜି ହୋଇଥିଲା। ଏଥିରୁ ଆନ୍ଧ୍ର ସରକାର ୧୬ ହଜାର ୮୦୦ ମେଟ୍ରିକ ଟନ୍‌ ନେବା ପାଇଁ ଇଛାବ୍ୟକ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କୋରାପୁଟ ଓ ନବରଙ୍ଗପୁରରୁ ୨୬୪୨ ମେଟ୍ରିକ ଟନ୍‌ ମାଣ୍ଡିଆ ଏଫସିଆଇ ମାଧ୍ୟମରେ ଉଠାଣ ହୋଇଛି। କେନ୍ଦ୍ର ସରକାର ୨୦୨୩ ମସିହାକୁ ମାଣ୍ଡିଆ ଆନ୍ତର୍ଜାତୀୟ ବର୍ଷ ଭାବେ ଘୋଷଣା କରିଛନ୍ତି। ଏହାର ଉତ୍ପାଦନ ଓ ଏହାକୁ ଏକ ପୋଷଣଯୁକ୍ତ ଖାଦ୍ୟ ଭାବେ ଲୋକାଭିମୁଖୀ କରିବା ପାଇଁ ଅଭିଯାନ ଜାରି ରଖିଛନ୍ତି। ସେହିପରି ରାଜ୍ୟ ସରକାର ଅଧିକ ପୁଷ୍ଟି ଓ ଗୁଣବତ୍ତାସଂପନ୍ନ ମାଣ୍ଡିଆ ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button