ରାଜ୍ୟ

ଅଉଁଲା ଜୋର ଗାଁରୁ ୩ କିଲୋର ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକର ଅଉଁଲା ଜୋର ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତାର ଓଜନ ୩ କିଲୋ ଥିବା ସୂଚନା ମିଳିଛି । ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ, ବୁଧବାର ରାତିରେ ଅଉଁଲା ଜୋର ଗାଁର ଦିଗମ୍ବର ସାଙ୍କ ବାଡ଼ି ପଟେ ଲାଗିଥିବା ବାଡ଼ ଜାଲରେ ବଜ୍ରକାପ୍ତାଟି ଫସି ଯାଇଥିଲା । ଗୁରୁବାର ସକାଳୁ ଦିଗମ୍ବର ସା ଏହାକୁ ଦେଖି ଗ୍ରାମବାସୀଙ୍କ ସହାୟତାରେ ବନବିଭାଗକୁ ସୂଚନା ଦେଇଥିଲେ ।
ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button