ଦେଶ- ବିଦେଶ

ଟ୍ରମ୍ପ୍ ସରକାର ବିଫଳ!: ଆମେରିକାର ଋଣ ୩୭ ଟ୍ରିଲିୟନ ଡଲାର ଟପିଲା

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଅର୍ଥନୀତି ବିଷୟରେ ବଡ଼ ବଡ଼ ଦାବି କରୁଛନ୍ତି କିନ୍ତୁ ଦେଶର ବୃଦ୍ଧି ପାଉଥିବା ଋଣକୁ ରୋକିବାରେ ସେ ବିଫଳ ହୋଇଛନ୍ତି। ପ୍ରଥମ ଥର ପାଇଁ ଆମେରିକାର ଋଣ ଆନୁଷ୍ଠାନିକ ଭାବରେ ୩୭ ଟ୍ରିଲିୟନ ଡଲାର ଅତିକ୍ରମ କରିଛି।
୪ ଜୁଲାଇରେ ୱାନ୍ ବିୟୁଟିଫୁଲ୍ ବିଲ୍ ଆକ୍ଟ ଲାଗୁ ହେବା ପରଠାରୁ ଦେଶର ଋଣ ୭୮୦ ବିଲିୟନ ଡଲାର ବୃଦ୍ଧି ପାଇଛି। ଅର୍ଥାତ୍, ଏହା ପ୍ରତିଦିନ ୨୨ ବିଲିୟନ ଡଲାର ବୃଦ୍ଧି ପାଇଛି। ଆମେରିକାରେ ଋଣ ସଙ୍କଟ ଦିନକୁ ଦିନ ବୃଦ୍ଧି ପାଉଛି।

ମହାମାରୀ ପରଠାରୁ ଆମେରିକାର ଋଣ ୧୪ ଟ୍ରିଲିୟନ ଡଲାର ବୃଦ୍ଧି ପାଇଛି । ପରିସ୍ଥିତି ଏପରି ହୋଇଛି ଯେ,ଆମେରିକାକୁ ସୁଧ ଦେବା ପାଇଁ ଦୈନିକ ୩ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡୁଛି। ଏଥିରୁ ସ୍ପଷ୍ଟ ଯେ,ଟ୍ରମ୍ପ୍ ଅର୍ଥନୀତି ବିଷୟରେ ଯାହା ଦାବି କରନ୍ତୁ ନା କାହିଁକି, ଦେଶର ଋଣ ପରିସ୍ଥିତି ନିରନ୍ତର ଭୟଙ୍କର ହେବାରେ ଲାଗିଛି। ଯଦି ଏଥିରେ ଶୀଘ୍ର ଉନ୍ନତି ନହୁଏ, ତେବେ ସରକାରଙ୍କ ପାଖରେ ବାକି ବିକାଶ କାର୍ଯ୍ୟ ପାଇଁ ଟଙ୍କା ରହିବ ନାହିଁ ଏବଂ ସମସ୍ତ ଟଙ୍କା ଋଣ ପରିଶୋଧ କରିବାରେ ଖର୍ଚ୍ଚ ହେବ। ଗତ ସପ୍ତାହରେ, ସରକାର ୧୦ଟି ନିଲାମ ମାଧ୍ୟମରେ ୭୨୪ ବିଲିୟନ ଡଲାର ମୂଲ୍ୟର ବଣ୍ଡ ବିକ୍ରି କରିଥିବା କୁହାଯାଉଛି। ଭାରତ ସମେତ ଅନେକ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଆମେରିକା ଅଧିକଶୁଳ୍କ ଲାଗୁ କରିଛି । ଭାରତ ଏବଂ ବ୍ରାଜିଲ ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ଟ୍ରମ୍ପ୍ ଦାବି କରିଛନ୍ତି ଯେ,ଅଧିକ ଶୁଳ୍କ ଲାଗୁ କରିବା ଦ୍ବାରାଏତେ ଟଙ୍କା ଆଣିବ ଯେ,ଆମେରିକା ପୁଣି ଧନୀ ହୋଇଯିବ। ଟ୍ରମ୍ପ୍ କହିଛନ୍ତି,ମୁଁ ଯାହା କରୁଛି ତାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଋଣ ପରିଶୋଧ କରିବା। କିନ୍ତୁ ମୁଁ ଭାବୁଛି ଆମେ ଏତେ ଟଙ୍କା ନେଉଛୁ ଯାହା ଦ୍ୱାରା ଆମେ ଆମେରିକାର ଲୋକମାନଙ୍କୁ ଲାଭାଂଶ ମଧ୍ୟ ଦେଇପାରିବୁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button