ରାଜ୍ୟ

ମିନି ବସ୍‌କୁ ଧକ୍କା ଦେଲା ହାଇୱା: ୧୬ ଯାତ୍ରୀ ଆହତ

ସୁବର୍ଣ୍ଣପୁର: ମିନି ବସକୁ ପଛରୁ ଧକ୍କା ଦେଲା ହାଇୱା। ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ସୂଚନା। ରବିବାର ବିଳମ୍ଵିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହତଙ୍କ ମଧ୍ୟରେ ୪ ଶିଶୁ ଓ ମହିଳା ଥିବା ଜଣାପଡିଛି। ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ସାଗରପାଲି ଗାଁରୁ କିଛି ଯାତ୍ରୀ ଏକ ମିନି ବସ୍ ଯୋଗେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବାହାରିଥିଲେ। ରବିବାର ବିଳମ୍ଵିତ ରାତିରେ ସୁବର୍ଣ୍ଣପୁର ସହର ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏକ ହାଇୱା ଧକ୍କା ଦେଇଥିଲା।ଫଳରେ ମିନି ବସ୍‌ରେ ଥିବା ୧୬ ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button