ରାଜ୍ୟ

ଶ୍ରାବଣ ଶେଷ ସୋମବାର: ହରିଶଙ୍କର ପୀଠରେ ଭିଡ଼

ଧଣ୍ଡାମୁଣ୍ଡା: ଶ୍ରାବଣ ମାସର ଶେଷ ସୋମବାର ପ୍ରସିଦ୍ଧ ହରିଶଙ୍କର ପୀଠରେ ଶ୍ରଦ୍ଧାଳୁ ଓ ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭକ୍ତମାନେ ହରିଶଙ୍କରଙ୍କ ଦର୍ଶନ କରୁଥିଲେ`ବହୁ ବିଳମ୍ବ ହେଉଥିବାରୁ କିଛି ଭକ୍ତ ମନ୍ଦିର ସଂଲଗ୍ନ ଶିବଲିଙ୍ଗ ଓ ଝରଣା ନିକଟସ୍ଥ ବୃକ୍ଷମୂଳେ ପୂଜା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଗତ ଶନିବାରଠାରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ହରିଶଙ୍କରକୁ ବୋଲବମ ଭକ୍ତମାନେ ପହଞ୍ଚିଥିଲେ ସୋମବାର ଭୋର୍‌ରୁ ଝରଣାରେ ଗାଧୋଇ ପୂଜାର୍ଚ୍ଚନା ପରେ ଜଳପୂର୍ଣ୍ଣ କଳସ ଧରି ହରିଶଙ୍କରଙ୍କ ଦର୍ଶନ ତଥା ଜଳଲାଗି ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ମନ୍ଦିର
ପ୍ରଶାସନ ପକ୍ଷରୁ ବ୍ୟାରିକେଡ ତିଆରି କରାଯାଇଥିଲା । ଭକ୍ତମାନେ ଦୁଇଟି ଧାଡ଼ିରେ ମନ୍ଦିର ଭିତରକୁ ଯାଉଥିଲେ।

ଶନିବାରଠାରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ହରିଶଙ୍କରକୁ ବୋଲବମ ଭକ୍ତମାନେ ପହଞ୍ଚିଥିଲେ ସୋମବାର ଭୋର୍‌ରୁ ଝରଣାରେ ଗାଧୋଇ ପୂଜାର୍ଚ୍ଚନା ପରେ ଜଳପୂର୍ଣ୍ଣ କଳସ ଧରି ହରିଶଙ୍କରଙ୍କ ଦର୍ଶନ ତଥା ଜଳଲାଗି ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ତିଆରି କରାଯାଇଥିଲା । ଭକ୍ତମାନେ ଦୁଇଟି ଧାଡ଼ିରେ ମନ୍ଦିର ଭିତରକୁ ଯାଉଥିଲେ। ବୋଲବମ୍ ଭକ୍ତମାନଙ୍କ ମଧ୍ୟରେ ଛୋଟ ଛୋଟ ପିଲା ଓ ମହିଳାମାନେ ବି ସାମିଲ ଥିବା ଦେଖିବାକୁ ମିଳିଥିଲା ସୋମବାର ସରିଥିଲେ ମଧ୍ୟ ଏଠାରେ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ବୋଲବମ୍ ଭକ୍ତଙ୍କ ଭିଡ଼ ରହିବ ବୋଲି ସୂଚନା ମିଳିଛି ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ମୁତୟନ କରାଯାଇଥିଲା ।
ବୋଲବମ୍ ଭକ୍ତମାନଙ୍କ ମଧ୍ୟରେ ଛୋଟ ଛୋଟ ପିଲା ଓ ମହିଳାମାନେ ବି ସାମିଲ ଥିବା ଦେଖିବାକୁ ମିଳିଥିଲା ସୋମବାର ସରିଥିଲେ ମଧ୍ୟ ଏଠାରେ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ବୋଲବମ୍ ଭକ୍ତଙ୍କ ଭିଡ଼ ରହିବ ବୋଲି ସୂଚନା ମିଳିଛି ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ମୁତୟନ କରାଯାଇଥିଲା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button