ରାଜ୍ୟ

ଶହୀଦ ସପ୍ତାହରେ ରେଲଓ୍ବେ ଟ୍ରାକ୍‌ ଉଡ଼ାଇଲେ ମାଓବାଦୀ

ଟେନସା: ଶହୀଦ ସପ୍ତାହରେ ପୁଣି ହିଂସ୍ର ହୋଇଛନ୍ତି ମାଓବାଦୀ। ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି।

ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ମାଓବାଦୀମାନେ ଟ୍ରାକ୍‌ ଉଡ଼ାଇବାରୁ ଏହି ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଗତ ଏକ ସପ୍ତାହ ହେଲା ମାଓବାଦୀମାନେ ଶହୀଦ ଦିବସ ପାଳନ କରୁଥିଲେ। ଆଜି ରବିବାର ତାଙ୍କର ଶେଷ ଦିନ ଥିଲା । ଶେଷଦିନରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡାଇଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button