ରାଜ୍ୟ

ସ୍କୁଲରେ ଆଣ୍ଠୁଏ ପାଣି ସହିତ ବିଷଧର ସାପ: ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ବିନିକା: ସଭିଏଁ ପଢିବେ ସଭିଏଁ ବଢିବେ। ଇଏ ହେଉଛି ସରକାରୀ ନାରା। କିନ୍ତୁ ବାସ୍ତବ ଚିତ୍ର ଅଲଗା ରହିଛି। ସ୍କୁଲରେ ବର୍ଷା ପାଣି ଜମିବା ସହ ବିଷଧର ସାପ ଥିବାରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଗୋଟିଏ ଦିନପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବାଟବଣା ହୋଇଛଇ। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ, ହେଲେ ବିନିକା ବ୍ଳକ ମହାଦେବପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଣ୍ଠୁଏ ପାଣି ଜମିଥିବା ସହ ବିଦ୍ୟାଳୟ ଭିତରେ ବିଷଧର ସାପ ଥିବାରୁ ପିଲାମାନଙ୍କ ପାଠ ପଢା ବନ୍ଦ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ।
ଅଧିକ ପଢ଼ନ୍ତୁ: ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି: ଯୋଗାଣମନ୍ତ୍ରୀ

ନୂତନ ଭାବେ ଯୋଗଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଖବର ପାଇ ମହାଦେବପାଲି ସ୍କୁଲରେ ପହଞ୍ଚି ଗୋଟିଏ ଦିନପାଇଁ ସ୍କୁଲ ଛୁଟି ଘୋଷଣା କରିବା ସହ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମହାଦେବପାଲି ସ୍କୁଲରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୧୦ଜଣ ପିଲା ପାଠ ପଢ଼ୁଥିବା ବେଳେ ୩ ଜଣ ଶିକ୍ଷକ ରହିଛନ୍ତି ।

ଅସରାଏ ବର୍ଷା ହେଲେ ସ୍କୁଲ ବାହାର ଓ ଭିତରେ ଆଣ୍ଠୁଏ ପାଣି ଜମିବା ସହ ଦୀର୍ଘ ଦିନ ଧରିପାଣି ଜମି ରହୁଥିବାରୁ ପାଠପଢା ଠପ ହୋଇଯାଉଛି। ସ୍କୁଲରେ ପାଣି ଜମିବା ସହ ବିଷଧର ସାପ ସ୍କୁଲ ଭିତରେ ରହିଥିବାରୁ ସ୍କୁଲ ଛୁଟି ଘୋଷଣା କରିବା ସହିତ ପିଲା ଓ ଶିକ୍ଷକମାନଙ୍କ ସହ ଆଲୋଚନା କରି ଫଟୋ ଉଠାଇଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button