ରାଜ୍ୟ

ଟ୍ରଲର ପଛରେ ପିଟି ହେଲା ଟ୍ରାଭେଲର: ଏସଓଜିର ୭ କର୍ମଚାରୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର୍ ସକାଳ ସାଢ଼େ ଚାରିଟାରେ ହୋଇଥିବା ଜଣା ପଡ଼ିଛି। ଗୋଟିଏ ଟ୍ରାଭେଲରରେ ଏସଓଜିର ୧୪ ଜଣ କର୍ମଚାରୀ ଝାରସୁଗୁଡ଼ାରୁ ଚନ୍ଦକା ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରଲରରେ ବାଡେଇ ହୋଇଛି l ଫଳରେ ୭ ଜଣ ଗୁରୁତର ଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।

ଅନୁଗୁଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର୍ ସକାଳ ସାଢ଼େ ଚାରିଟାରେ ହୋଇଥିବା ଜଣା ପଡ଼ିଛି। ଗୋଟିଏ ଟ୍ରାଭେଲରରେ ଏସଓଜିର ୧୪ ଜଣ କର୍ମଚାରୀ ଝାରସୁଗୁଡ଼ାରୁ ଚନ୍ଦକା ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରଲରରେ ବାଡେଇ ହୋଇଛି l ଫଳରେ ୭ ଜଣ ଗୁରୁତର ଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।
ସମସ୍ତଙ୍କୁ ଉଦ୍ଧାର କରାଯାଇଛି। କିଛି ଲୋକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରା ଯାଇଛି। ଦ୍ବିତୀୟ ଓଏସ୍‌ଏପିର ୧୪ଜଣ ଏସଓଜି ଟ୍ରେନିଂ ପାଇଁ ଯାଉଥିଲେ ବୋଲି ସୂଚନା ମିଳିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button