ରାଜ୍ୟ

ବିଲମାଳରେ ଆଉ ଦେଖବାକୁ ମିଳୁନି ସାଧବ ବୋହୂ

ବୁଗୁଡ଼ା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଆମ ଧରଣୀ ରାଣୀ। ଏହି ଧରଣୀ ରାଣୀର କୋଳ ସବୁଜ ବନାନୀ ସହ ବିଭିନ୍ନ ବୃକ୍ଷଲତା, ରଙ୍ଗ ବେରଙ୍ଗର ପଶୁ ପକ୍ଷୀ, କୀଟ ପତଙ୍ଗରେ ପରିପୂର୍ଣ୍ଣ। ତନ୍ମଧ୍ୟରୁ ଏହି ବର୍ଷା ଋତୁରେ ପ୍ରତ୍ୟେକ ପୁରପଲ୍ଲୀରେ ଅନନ୍ୟ ଆକର୍ଷଣ ଲାଲ୍‌ ଟୁକୁଟୁକୁ ସାଧବ ବୋହୂ ଭାବେ ପରିଚିତ ଆକର୍ଷଣୀୟ ଲାଲ ରଙ୍ଗର ପାଟପୋକ। ଏହି ପାଟପୋକ ମୌସୁମୀର ଆଗମନ ଓ ବର୍ଷାଦିନେ ବିଶେଷ କରି ଗ୍ରାମାଞ୍ଚଳରେ ଦେଖାଯାଆନ୍ତି। ବର୍ଷା ମାଟିକୁ ଛୁଇଁବା ପରେ ଧରଣୀ ରାଣୀର କୋଳରୁ ଜନ୍ମ ନିଅନ୍ତି ଏହି ପୋକ। ବର୍ଷା ଭିଜା ନରମ ମାଟିକୁ ଫଟାଇ ପଦାକୁ ଆସୁଥିବା ପାଟପୋକଙ୍କ ସୌନ୍ଦର୍ଯ୍ୟ ବେଶ ମନୋରମ। ଉର୍ବର ଜମିରେ ପ୍ରଥମ ବର୍ଷା ପାଣିରେ ଏମାନେ ଜନ୍ମ ନେଇଥାନ୍ତି। ମାଟି ଭିତରେ ବର୍ଷାଜଳ ପହଞ୍ଚି ଅନୁକୂଳ ତାପମାତ୍ରା ପାଇଲେ ଏହି ପୋକର ଅଣ୍ଡାରୁ ଛୁଆ ବାହାରି ଥାଏ। ଚାଷ ପ୍ରଧାନ ବୁଗୁଡ଼ା ଅଞ୍ଚଳରେ ବର୍ଷା ପୂର୍ବରୁ କୃଷକମାନେ ଜମିରେ ଅଖିମୁଠି ଅନୁକୂଳ କରିଥାନ୍ତି ଏହି ପୋକ ଚାଷଜମିରୁ ବାହାରିଲେ ଚାଷୀମାନେ ସେମାନଙ୍କ ଜମି ବେଶ୍‌ ଉର୍ବର ଥିବା ଜାଣୁଥିଲେି ବିଲମାଳ, ଘାସ ପଡ଼ିଆରେ ଆକର୍ଷଣୀୟ ପାଟପୋକ ଦେଖାଯାନ୍ତି। କୁନି କୁନି ପିଲାମାନେ ଏହି ପାଟପୋକକୁ ଧରି ଆଣି ଫରୁଆରେ ରଖି ବେଶ୍‌ ମଜା ନେଇଥାନ୍ତି। କିନ୍ତୁ ବର୍ତ୍ତମାନ ଏହି ପୋକ ବିଶେଷ ପରିମାଣରେ ଆଉ ଦେଖିବାକୁ ମିଳୁ ନାହାନ୍ତି। ବର୍ଦ୍ଧିତ ତାପମାତ୍ରା ଓ ବର୍ଷାର ଅନିୟମିତତା ସାଙ୍ଗକୁ ଚାଷ ଜମିରେ ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ହେବା ଫଳରେ ଏହି ପୋକ ନଷ୍ଟ ହୋଇଗଲେଣି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button