ଦେଶ- ବିଦେଶ

ଶୁଳ୍କ ମାଡ଼ର ଜବାବ ଦେଲା ଭାରତ, କିଣିବନି ଏଫ-୩୫ ଲଢ଼ୁଆ ବିମାନ !

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ମାଡ଼ର ଜବାବ ଦେଲା ଭାରତ। ଲଢ଼ୁଆ ବିମାନ କିିଣିବା ଡିଲ୍‌କୁ ବାତିଲ କଲେ ଭାରତ ସରକାର। ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି ଟ୍ରମ୍ପ। ଅଗଷ୍ଟ ୧ ପରିବର୍ତ୍ତେ ୭ରୁ ଏହି ଶୁଳ୍କ ଲାଗୁ ହେବ ବୋଲି କୁହାଯାଉଛି। ଏହି ସମୟରେ, ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଏହି ଡିଲ୍‌ ସହ ଜଡ଼ିତ ଅଧିକାରୀମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଭାରତ ଆମେରିକାରୁ ଏଫ୍-୩୫ ଯୁଦ୍ଧ ବିମାନ କିଣିବ ନାହିଁ।

ଫେବ୍ରୁଆରିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହ୍ୱାଇଟ୍ ହାଉସ୍ ଗସ୍ତ ସମୟରେ ଟ୍ରମ୍ପ ଭାରତକୁ ଏହି ମହଙ୍ଗା ଯୁଦ୍ଧ ବିମାନ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ। ଆମେରିକା ଶୁଳ୍କ ଲାଗୁ କରିବା ପରେ, ଭାରତ ଆମେରିକାକୁ ସନ୍ତୁଷ୍ଟ କରିବା ପାଇଁ ଥିବା ବିକଳ୍ପଗୁଡ଼ିକ ବିଚାର କରୁଛି, ଯେଉଁଥିରେ ଆମେରିକୀୟ ଆମଦାନୀକୁ ପ୍ରୋତ୍ସାହିତ କରିବା ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଭାରତ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୫% ଶୁଳ୍କ ନିଷ୍ପତ୍ତିର ପ୍ରତିଶୋଧ ନେବାକୁ ମନା କରିଦେଇଛି।

ସରକାର ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନାକୁ ପୁଣିଥରେ ଟ୍ରାକକୁ ଆଣିବାକୁ ଆଗ୍ରହୀ ଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ଶୁଳ୍କ (ଟାରିଫ୍‌) ଭୟ ଦେଖାଇ ବିଭିନ୍ନ ଦେଶକୁ ଚାପଗ୍ରସ୍ତ କରି ସୁହାଇବା ଭଳି ବାଣିଜ୍ୟ ରାଜିନାମା ହାସଲ କରିବାରେ ସଫଳ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନୁଆଁଇବାର ବିଫଳତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଭାରତ ସହ ବାଣିଜ୍ୟ ରାଜିନାମା ସଫଳ ହେଉନଥିବାରୁ ଉତ୍‌କ୍ଷୀପ୍ତ ହୋଇ ସେ ଅନେକ କଟୁ କଥା କହିବା ଆରମ୍ଭ କରିଛନ୍ତି। ଭାରତ ଉପରେ ସେ ପ୍ରବଳ ଚାପ ପ୍ରୟୋଗ କରୁଛନ୍ତି। ଏଥି ସହିତ ସେ ଏକ ଅଜବ ବାଣିଜ୍ୟ ନୀତି ଗ୍ରହଣ କରି ପାକିସ୍ତାନ ସହ ବନ୍ଧୁତା କରିଥିବା ବେଳେ ଭାରତକୁ ନିନ୍ଦା କରିବାକୁ ପଛାଇ ନାହାନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button