ରାଜ୍ୟ

ରତ୍ନଭଣ୍ଡାର ଗଣତିମଣତି ପାଇଁ ଦୁଇ ଜଣ ବିଶେଷଜ୍ଞଙ୍କୁ ମନୋନୀତ କଲା ଆରବିଆଇ

ଭୁବନେଶ୍ବର: ରତ୍ନଭଣ୍ଡାର ଓ ଗଣତିମଣତିକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ନେଇ ଆରବିଆଇ ଦୁଇ ଜଣ ବିଶେଷଜ୍ଞଙ୍କୁ ମନୋନୀତ କରି ଆମକୁ ଜଣାଇଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ନେଇ ଆରବିଆଇ ଦୁଇ ଜଣ ବିଶେଷଜ୍ଞଙ୍କୁ ମନୋନୀତ କରି ଆମକୁ ଜଣାଇଛନ୍ତି। ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆମେ ଖୁବ କମ ଦିନ ମଧ୍ୟରେ ପରିଚାଳନା କମିଟି ଗଠନ କରିଦେବୁ। ପରିଚଳନା କମିଟିର ଅନୁମତି କ୍ରମେ ଉଚ୍ଚସ୍ତରୀୟ କମିଟି ରତ୍ନଗୁଡ଼ିକୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରିବେ । ତାହା ପରେ ତାରିଖ ନିର୍ଦ୍ଧାରଣ କରି ଆରବିଆଇର ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଗଣତିମଣତି ହେବ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆମେ ଖୁବ କମ ଦିନ ମଧ୍ୟରେ ପରିଚାଳନା କମିଟି ଗଠନ କରିଦେବୁ। ପରିଚଳନା କମିଟିର ଅନୁମତି କ୍ରମେ ଉଚ୍ଚସ୍ତରୀୟ କମିଟି ରତ୍ନଗୁଡ଼ିକୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରିବେ। ତାହା ପରେ ତାରିଖ ନିର୍ଦ୍ଧାରଣ କରି ଆରବିଆଇର ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଗଣତିମଣତି ହେବ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button