ଦେଶ- ବିଦେଶ

ମୁର୍ଶିଦାବାଦ ହିଂସା ରିପୋର୍ଟ: ହିନ୍ଦୁଙ୍କୁ ଟାର୍ଗେଟ୍‌

କୋଲକାତା: ମୁର୍ଶିଦାବାଦ ହିଂସା ଘଟଣାର ତଦନ୍ତ ପାଇଁ କଲିକତା ହାଇକୋର୍ଟଙ୍କ ଦ୍ବାରା ଗଠନ ହୋଇଥିବା ତଦନ୍ତ କମିଟି ଏହାର ରିପୋର୍ଟ ଉପସ୍ଥାପନ କରିଛି। ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସର ଜଣେ ନେତା ମୁର୍ଶିଦାବାଦ ହିଂସାରେ ସମ୍ପୃକ୍ତ ଥିଲେ। ୱକଫ୍‌ ସଂଶୋଧନ ବିଲ୍‌ ଗୃହୀତ ହେବାପରେ ଗତ ମାସରେ ହୋଇଥିବା ଏହି ହିଂସା ପାଇଁ ଏକ ବଡ଼ଧରଣର ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରାଯାଇଛି ବୋଲି ରିପୋର୍ଟରେ ଉଲ୍ଳେଖ ଅଛି। ସେହିପରି ଦୋକାନ ବଜାର ଏବଂ ମଲ୍‌ଗୁଡ଼ିକରୁ ଲୁଟ୍‌ପାଟ୍‌ ସାଙ୍ଗକୁ ପୋଡ଼ାଜଳା ଦ୍ବାରା ଭୟଙ୍କର କ୍ଷତି ହୋଇଛି।

ସ୍ଥାନୀୟ କାଉନସିଲର ମେହବୁବା ଆଲମଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିଲା। ସ୍ଥାନୀୟ ପୁଲିସ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ଏବଂ ଅନୁପସ୍ଥିତ ଥିଲେ ବୋଲି ‌ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ‌ଏପ୍ରିଲ ୧୧ ଅପରାହ୍ନ ୨ଟା ୩୦ରେ ଆକ୍ରମଣ ହୋଇଥିଲା। ସ୍ଥାନୀୟ କାଉନସିଲର ମେହବୁବ ଆଲମ ଦୁର୍ବୃତ୍ତଙ୍କ ସହ ଆସି ହଙ୍ଗାମା କରିଥିଲା। ସମସେରଗଞ୍ଜ, ହିଜଲତାଲା, ଶିଉଲିତାଲା, ଡିଗ୍ରିର ଲୋକମାନେ ମୁହଁରେ ମୁଖା ପିନ୍ଧି ଆକ୍ରମଣ କରିଥିଲେ। ଯେଉଁ ଘର ଭଲ ଥିଲା ଆକ୍ରମଣକାରୀ ସେଥିରେ ନିଆଁ ଲଗାଇ ଦେଇଥିଲେ। ଆକ୍ରମଣକାରୀ ମଧ୍ୟ ଜଳଯୋଗାଣ ବନ୍ଦ କରିଦେଇଥିଲେ। ତେଣୁ ନିଆଁ ଲିଭାଇବାରେ ବାଧା ଉପୁଜିଥିଲା। ଆଜି ହାଇକୋର୍ଟର ଡିଭିଜନ୍‌ ବେଞ୍ଚ୍‌ରେ ଏହି ରିପୋର୍ଟ ଦାଖଲ ହୋଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button