ପାକିସ୍ତାନରୁ ଜ୍ୟୋତିଙ୍କୁ ମିଳିଥିଲା ଟ୍ରେନିଂ

ନୂଆଦିଲ୍ଲୀ: କେମିତି ପାକିସ୍ତାନକୁ ଭାରତର ତଥ୍ୟ ଦେଉଥିଲେ ଜ୍ୟୋତି ମଲହୋତ୍ରା ? ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି କେମିତି ନିଜ ଦେଶର ଗୁପ୍ତତଥ୍ୟକୁ ଦେଉଥିଲେ ଏବଂ ଏହାର ମାଧ୍ୟମ କଣ ଥିଲା ? ଗିରଫ ପରେ ଜ୍ୟୋତିଙ୍କୁ ପଚରା ଉଚରା ଚାଲିଥିବା ବେଳେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ ।
କୁହାଯାଉଛି ନିଜ ଭିଡିଓ ମାଧ୍ୟମରେ ଏବଂ ଜିଓଟ୍ୟାଗ୍ ମାଧ୍ୟମରେ ଭାରତର ସମ୍ବେଦନଶୀଳ ସ୍ଥାନର ସବିଶେଷ ତଥ୍ୟ ଦେବାକରେ ଜ୍ୟୋତି ପାକିସ୍ତାନ ଏଜେଣ୍ଟଙ୍କୁ ସାହାଯ୍ୟ କରୁଥିଲେ । ଜ୍ୟୋତି ପାକିସ୍ତାନ ଗସ୍ତ ବେଳେ ତାଙ୍କୁ ବିଭିନ୍ନ ତାଲିମ ଦିଆଯାଉଥିଲା । କେଉଁ ଆଙ୍ଗେଲରେ କ୍ୟାମେରା ଧରିବେ, କ୍ୟାମେରାରେ କଣ କଣ ଦେଖାଇବେ ଏବଂ କେଉଁ ସ୍ଥାନରେ କେଉଁ କ୍ୟାମେରା ବ୍ୟବହାର କରିବେ… ସବୁ ପ୍ରକାର ଟ୍ରେନିଂ ଦିଆଯାଉଥିଲା । କୁହାଯାଉଛି କି ଜ୍ୟୋତି ଯେଉଁ କ୍ୟାମେରା ବ୍ୟବହାର କରୁଥିଲେ ସେଥିରେ ସେଲ୍ଫି ମୋଡ୍ ହିଁ ନଥିଲା । ବ୍ୟାକ କ୍ୟାମେରାରେ ଯେମିତି ସବୁ ଲେଖା ସ୍ପଷ୍ଟ ରୁହେ, ସେଲ୍ଫି ଭିଡିଓରେ ବି ସେସବୁ ସ୍ପଷ୍ଟ ଦେଖା ଯାଉଥିଲା । ଯାହାକି ପାକିସ୍ତାନୀ ଏଜେଣ୍ଟଙ୍କୁ ସହଜ ହେବ ଉକ୍ତ ସ୍ଥାନର ପୂରା ଡିଟେଲ୍ସ ଜାଣିବାକୁ ।
ସେପଟେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ଜ୍ୟୋତି ଲିଙ୍କରେ ଥିବା ମାନିଛନ୍ତି । ପଚରାଉଚରା ସମୟରେ ଜ୍ୟୋତି କହିଛନ୍ତି, “୨୦୨୩ ମସିହାରେ, ମୁଁ ପାକିସ୍ତାନ ଯାତ୍ରା ପାଇଁ ଭିସା ବିଷୟରେ ପଚାରିବା ପାଇଁ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ୍ ଯାଇଥିଲି ” । ତେବେ ପାକିସ୍ତାନ, ଚାଇନା ବୁଲିବା ପରେ ଜ୍ୟୋତି ବାଂଲାଦେଶ ମଧ୍ୟ ବୁଲି ଯିବାର ପ୍ଲାନ କରିଥିଲେ ।




