ମନୋରଞ୍ଜନ

ଖୁବ୍‌ଶୀଘ୍ର ‘ଦି ଗର୍ଲଫ୍ରେଣ୍ଡ’

ହାଇଦ୍ରାବାଦ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ସମ୍ପ୍ରତି ନିଜର ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦି ଗର୍ଲଫ୍ରେଣ୍ଡ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ରଶ୍ମିକାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଫିଲ୍ମକୁ ଯଥାଶୀଘ୍ର ରିଲିଜ୍‌ କରିବା ପାଇଁ ସେମାନେ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ୍‌ ଆରମ୍ଭ କରିଛନ୍ତି। ଏନେଇ ରଶ୍ମିକା ତାଙ୍କ ଏକ୍ସ’ ହ୍ୟାଣ୍ଡେଲରେ କହିଛନ୍ତି, ପ୍ରିୟ ପ୍ରଶଂସକମାନେ, ‘ଦି ଗର୍ଲଫ୍ରେଣ୍ଡ’ ଫିଲ୍ମ ଯଥାଶୀଘ୍ର ରିଲିଜ୍‌ ହେଉ ବୋଲି ଆପଣମାନେ ଚାହୁଁଛନ୍ତି।

ଏଥିପାଇଁ ଆପଣମାନେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ ମଧ୍ୟ ଆରମ୍ଭ କରିଛନ୍ତି। ‘ଦି ଗର୍ଲଫ୍ରେଣ୍ଡ’ର ପୂରା ଟିମ୍‌ ପ୍ରତି ଏହା ଆପଣଙ୍କ ଭଲ ପାଇବାକୁ ଦର୍ଶାଉଛି। ସମ୍ପ୍ରତି ନିର୍ଦ୍ଦେଶକ ରାହୁଲ ରବୀନ୍ଦ୍ରନ୍‌ ‘ଦି ଗର୍ଲଫ୍ରେଣ୍ଡ’ ଫିଲ୍ମକୁ ଉତ୍କୃଷ୍ଟ କରିବା ପାଇଁ କଠିନ ପ୍ରୟାସ କରୁଛନ୍ତି। ‘ଦି ଗର୍ଲଫ୍ରେଣ୍ଡ’ ସମ୍ପୂର୍ଣ୍ଣ ଭାବରେ ଏକ ଚରିତ୍ର ଆଧାରିତ ଫିଲ୍ମ, ଯାହା ଏହାକୁ ଅନ୍ୟ ଫିଲ୍ମଗୁଡ଼ିକଠାରୁ ଅଲଗା କରୁଛି। ଫିଲ୍ମକୁ ଶୀଘ୍ର ରିଲିଜ୍‌ ନେଇ ପ୍ରଶଂସକଙ୍କ ଟ୍ରେଣ୍ଡ୍‌ ପରେ ଏହାର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବା ସହ ଯଥାଶୀଘ୍ର ‘ଦି ଗର୍ଲଫ୍ରେଣ୍ଡ’କୁ ରିଲିଜ୍‌ କରାଯିବ ବୋଲି ରଶ୍ମିକା ନିଜ ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ‘ଦି ଗର୍ଲଫ୍ରେଣ୍ଡ’ ଏକ ତେଲୁଗୁ ଫିଲ୍ମ ହୋଇଥିବାବେଳେ ଏହାକୁ ହିନ୍ଦୀ, ତାମିଲ, ମାଲୟାଲମ ଏବଂ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍‌ କରାଯିବ ବୋଲି ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଜଣାପଡ଼ିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button