ଦେଶ- ବିଦେଶ

ବ୍ରହ୍ମସ୍ କିଣିବାକୁ ଆଗ୍ରହ ଦେଖାଇଲେ ୧୫ ଦେଶ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିକଟରେ ହୋଇଥିବା ସାମରିକ ସଂଘର୍ଷରେ, ବିଶ୍ୱ ଭାରତର ପ୍ରତିରକ୍ଷା ଉତ୍ପାଦର ଶକ୍ତି ଦେଖିଥିଲା। ଭାରତ ପାକିସ୍ତାନ ଉପରେ ୧୫ଟି ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା, ଯାହା ୧୧ଟି ବାୟୁସେନା ଘାଟିକୁ ଧ୍ୱଂସ କରିଥିଲା। ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ଏହି ବିନାଶକାରୀ ସଫଳତା ବିଶ୍ୱକୁ ଦେଖାଇ ଦେଇଛି ଯେ ଭାରତ ଆଉ ବିଦେଶୀ ପ୍ରତିରକ୍ଷା ଉତ୍ପାଦ ଉପରେ ନିର୍ଭରଶୀଳ ନୁହେଁ ବରଂ ଦେଶରେ ତିଆରି ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଶତ୍ରୁକୁ ପଛକୁ ହଟାଇ ପାରିବ। ଏହି ସଂଘର୍ଷ ପରେ ବିଶ୍ବରେ ବ୍ରହ୍ମସର ଚାହିଦା ବଢିଯାଇଛି । ପ୍ରାୟ ୧୫ରୁ ଅଧିକ ଦେଶ ଏହାକୁ କିଣିବାକୁ ଆଗ୍ରହ ଦେଖାଇଛନ୍ତି । ଇତି ମଧ୍ୟରେ ଫିଲିପାଇନ୍ସ ଭାରତରୁ ବ୍ରହ୍ମସ କିଣିବାକୁ ୨୦୨୨ରେ ୩୭.୪ କୋଟି ଡଲାରର ଏକ ଚୁକ୍ତି କରିଥିଲା ଓ ଭାରତ ଏହାର ଯୋଗାଣ ଆରମ୍ଭ କରିଦେଇଛି ।

ପ୍ରାୟ ୧୫ରୁ ଅଧିକ ଦେଶ ଏହାକୁ କିଣିବାକୁ ଆଗ୍ରହ ଦେଖାଇଛନ୍ତି । ଇତି ମଧ୍ୟରେ ଫିଲିପାଇନ୍ସ ଭାରତରୁ ବ୍ରହ୍ମସ କିଣିବାକୁ ୨୦୨୨ରେ ୩୭.୪ କୋଟି ଡଲାରର ଏକ ଚୁକ୍ତି କରିଥିଲା ଓ ଭାରତ ଏହାର ଯୋଗାଣ ଆରମ୍ଭ କରିଦେଇଛି ।

ସେହିପରି ଭିଏତନାମ ବି ଏହାକୁ କିଣିବାକୁ ଆଲୋଚନା ଚଳାଇଛି । ସେପଟେ ଏ ନେଇ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ବି ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ବ୍ରହ୍ମୋସ କ୍ଷେପଣାସ୍ତ୍ର ସମ୍ପର୍କରେ ଚୁକ୍ତି ଚୂଡ଼ାନ୍ତ ହୋଇପାରେ। ଏହା ବ୍ୟତୀତ ଭିଏତନାମ ତାର ସେନା ଏବଂ ନୌସେନା ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବାକୁ ମଧ୍ୟ ଯୋଜନା କରୁଛି। ଏହି ଦେଶଗୁଡ଼ିକ ବ୍ୟତୀତ ଥାଇଲ୍ୟାଣ୍ଡ, ସିଙ୍ଗାପୁର, ବ୍ରୁନେଇ, ବ୍ରାଜିଲ, ଚିଲି, ଆର୍ଜେଣ୍ଟିନା, ଭେନେଜୁଏଲା, ଇଜିପ୍ଟ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର ଏବଂ ଓମାନ ଭଳି ଦେଶ ମଧ୍ୟ ଏଥିରେ ଆଗ୍ରହ ଦେଖାଇଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button