ଦେଶ- ବିଦେଶ

ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ୫ଯାତ୍ରୀ ମୃତ

ସକାଳୁ ସକାଳୁ ଆସିଲା ଏକ ଦୁଃଖଦ ଖବର । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଥିବା ଏକ ଖବର ସାମ୍ନାକୁ ଆସିଛି । ଦୁଃଖର ବିଷୟ ଏହା ନୁହେଁ ଯେ, ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଛି, ଦୁଃଖର ବିଷୟ ହେଉଛି ଏଥିରେ ଥିବା ଯାତ୍ରୀଙ୍କ ଦେହରେ ନିଆଁ ଲାଗିବା କାରଣରୁ ଯାତ୍ରୀଙ୍କ ଜୀବନ ଚାଲିଯାଇଛି ।

ମିଳିଥିବା ସୂଚନା ଆଧାରରେ ଯେଉଁ ବସ୍‌ରେ ନିଆଁ ଲାଗିଛି ତାହା ଏକ ସ୍ଲିପର ବସ୍ ଥିଲା । ଏହି ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଘଟିଗଲା ଅଘଟଣ । ବସ୍‌ରେ ନିଆଁ ଲାଗିବା କାରଣରୁ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀ ଜୀବନ ବଞ୍ଚାଇବାକୁ ଯାଇ ବସ୍‌ରୁ ଡେଇଁପଡିଥିଲେ । ଆଉ ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ବସ୍‌ଟି ଦିଲ୍ଲୀରୁ ବିହାର ଯାତ୍ରା କରୁଥିଲା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button