ଖେଳ ଖବର

ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେଲେ , ପ୍ରେମାନନ୍ଦ ମହାରାଜଙ୍କ ଶରଣରେ କୋହଲି

ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବାର ଗୋଟିଏ ଦିନ ପରେ ଉତ୍ତରପ୍ରଦେଶର କୃଷ୍ଣନଗରୀ ବୃନ୍ଦାବନରେ ପହଞ୍ଚିଥିଲେ । କୋହଲିଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ବୃନ୍ଦାବନ ଯାଇଛନ୍ତି । ମଙ୍ଗଳବାର ସକାଳୁ ସେ କେଲି କୁଞ୍ଜ ଆଶ୍ରମରେ ପହଞ୍ଚି ପ୍ରେମାନନ୍ଦ ମହାରାଜଙ୍କ ଆଶିର୍ବାଦ ନେଇଥିଲେ । ବିରାଟ୍ ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ସହ ୧୫ ମିନିଟ୍ ଏକାନ୍ତରେ ବାର୍ତ୍ତାଳାପ କରିଥିଲେ । ଦମ୍ପତି ଆଶ୍ରମରେ ୨ ଘଣ୍ଟା ୨୦ ମିନିଟ୍ ସମୟ ରହିଥିଲେ । ପ୍ରେମାନନ୍ଦ ମହାରାଜଙ୍କ ସହ ବାର୍ତ୍ତାଳାପ କରି ଫେରିବା ବେଳେ କୋହଲି ଦମ୍ପତି କାରରେ ମାସ୍କ୍ ଲଗାଇ ବସିଥିବାର ନଜର ଆସିଥିଲେ । ଏହିଠାରୁ ଦୁହେଁ ଦିଲ୍ଲୀ ଗସ୍ତ କରିଥିଲେ ।

ଗତକାଲି ଯେତେବେଳେ ବିରାଟ କୋହଲି ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ୍ ହୋଇଥିଲେ ଫ୍ୟାନ୍ସ ଭାବିଥିଲେ ଯେ ସେ ବିଦେଶ ଛୁଟିରେ ଯାଇଥିବେ । କିନ୍ତୁ ବିରୁଷ୍କା ଅଚାନକ ବୃନ୍ଦାବନରେ ପହଞ୍ଚିବାକୁ ନେଇ ଫ୍ୟାନ୍ସ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏହାକୁ ନେଇ ୩ ଥର କୋହଲି ଦମ୍ପତି ପ୍ରେମାନନ୍ଦ ମହାରାଜଙ୍କ ପାଖକୁ ଆସିଛନ୍ତି । ଏହା ପୂର୍ବରୁ ୨୦୨୩ ଜାନୁଆରିରେ ଏବଂ ଚଳିତବର୍ଷ ଜାନୁଆରି ମାସରେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମଙ୍କୁ ଯାଇଥିଲେ କୋହଲି ଦମ୍ପତି । ବିରାଟ ଏବଂ ଅନୁଷ୍କା ଦୁହେଁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଭକ୍ତ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button