ସୋଫିଆଙ୍କ ସହ ରହିଛି ରାଣୀ ଲକ୍ଷ୍ମୀବାଈଙ୍କ ସଂଯୋଗ

‘ଅପରେଶନ ସିନ୍ଦୂର’ର ପ୍ରେସ୍ମିଟ୍ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କ୍ୟୁରେଶୀ।ବର୍ତ୍ତମାନ କର୍ଣ୍ଣଲଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ୨୦୧୭ରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କ ପଣଜେଜେମା ଜଣେ ଯୋଦ୍ଧା ଥିଲେ । ୧୮୫୭ ମସିହାରେ ବିଦ୍ରୋହ ସମୟରେ ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ସେ ଲଢ଼େଇ କରିଥିଲେ । ତାଙ୍କ ବାପା ଜଣେ ସେନା ଅଧିକାରୀ , ତେଣୁ ପିଲାବେଳୁ ହିଁ ଶୃଙ୍ଖଳା ଭିତରେ ସେ ବଢି ଆସିଛନ୍ତି । କର୍ଣ୍ଣଲଙ୍କ ଜେଜେବାପା ମଧ୍ୟ ଜଣେ ସୈନ୍ୟ ଥିଲେ ଏବଂ ସବୁବେଳେ କହୁଥିଲେ ଯେ ଭାରତର ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସତର୍କ ରହିବା ଏବଂ ଦରକାର ବେଳେ ନିଜ ଦେଶ ପାଇଁ ବାହାରିବା । ଏଥିରୁ ହିଁ ଜଣାପଡ଼େ ପିଢ଼ି ପରେ ପିଢ଼ି କର୍ଣ୍ଣଲ୍ ସୋଫିଆଙ୍କ ପରିବାର କେମିତି ଦେଶ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ ।
ସୋଫିଆଙ୍କ ମା’ ଚାହୁଁଥି.ଲେ ଯେ ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ସେନା ପ୍ରତି ସମର୍ପିତ ହୁଅନ୍ତୁ ଏବଂ ମା’ଙ୍କ ଏହି ଇଚ୍ଛାକୁ ପୂରଣ କରିଥିଲେ ସୋଫିଆ । ତାଙ୍କ ପରିବାରର ଇତିହାସ ଭାରତୀୟ ସେନାର କାହାଣୀ ଭଳି । ବାପା ୧୯୭୧ ରେ ବାଂଲାଦେଶ ଯୁଦ୍ଧରେ ଲଢ଼ିଥିଲେ । ଦାଦା ବିଏସଏଫରେ ସେବା ଯୋଗାଉଥିବା ବେଳେ ଦାଦାଙ୍କ ଜେଜେବାପା ବ୍ରିଟିଶ୍ ସେନାର ଅଧିକାରୀ ଥିଲେ କିନ୍ତୁ ପରେ ସେ କ୍ରାନ୍ତିର ଲଢ଼େଇରେ ସାମିଲ୍ ହୋଇଥିଲେ । ସୋଫିଆଙ୍କ ଭଉଣୀ କହିଥିଲେ ଯେ ଆମ ଜେଜେମା’ ତାଙ୍କ ଶାଶୂମା’ଙ୍କ ବୀରତ୍ବର କାହାଣୀ ସବୁବେଳେ ଶୁଣାଉଥିଲେ,କେମିତି ସେ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ରଣକ୍ଷେତ୍ରକୁ ଓହ୍ଲାଉଥିଲେ ଏବଂ ଲଢ଼େଇ କରୁଥିଲେ ସବୁକିଛି ।
ଗୁଜରାଟର କର୍ଣ୍ଣେଲ ସୋଫିଆ ବାୟୋକେମିଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ବିଜ୍ଞାନ ଅଧ୍ୟୟନ ଓ ସାମରିକ ବୈଷୟିକ ତାଲିମର ମିଶ୍ରଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। କର୍ଣ୍ଣେଲ ସୋଫିଆ OTA (ଅଫିସର୍ସ ଟ୍ରେନିଂ ଏକାଡେମୀ)ରୁ ତାଲିମ ଗ୍ରହଣ କରିବା ପରେ ୧୯୯୯ ମସିହାରେ ଲେଫ୍ଟନାଣ୍ଟ ଭାବରେ ଯୋଗ ଦେଇଥିଲେ। ପୂର୍ବରୁ, ସେ ଉତ୍ତର-ପୂର୍ବ ଭାରତରେ ବନ୍ୟା ପରିଚାଳନାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ସୋଫିଆ କୁରେଶୀ ୧୯୯୯ ମସିହାରେ ଭାରତୀୟ ସେନାରେ ତାଙ୍କର ସେବା ଆରମ୍ଭ କରିଥିଲେ। ସେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀ (OTA) ରେ ତାଲିମ ଗ୍ରହଣ କରିଥିଲେ ଓ ସେହି ବର୍ଷ ଲେଫ୍ଟନାଣ୍ଟ ଭାବରେ କମିଶନ ପାଇଥିଲେ। କୁହାଯାଏ ଯେ ତାଙ୍କ ଜେଜେବାପା ମଧ୍ୟ ଭାରତୀୟ ସେନାରେ ଥିଲେ, ଯାହା ତାଙ୍କୁ ଦେଶ ସେବା କରିବାକୁ ପ୍ରେରଣା ଦେଇଥିଲା।