ଦେଶ- ବିଦେଶ

ପାକିସ୍ତାନରେ ୯ ସହରରେ ସିରିଜ୍‌ ବିସ୍ଫୋରଣ

ଇସଲାମାବାଦ: ପାକିସ୍ତାନର ୯ଟି ସହରରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ପାକିସ୍ତାନୀ ସେନା ଦାବି କରିଛି। ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ୍‌ ଅହମଦ ସରିଫ୍‌ କହିଛନ୍ତି, ଲାହୋର, ରାୱଲପିଣ୍ଡି, ଗୁଜରନୱାଲା, ଚକୱାଲ, ଆଟ୍ଟକ, ବାହାବଲପୁର, ମିଆଁୱାଲି, ଛୋର୍‌ ଓ କରାଚୀରେ ଅନେକ ସ୍ଥାନରେ ବିସ୍ଫୋରଣ ହୋଇଛି। ପାକିସ୍ତାନୀ ସେନା ମଧ୍ୟ ପ୍ରାୟ ୫୦ଟି ‌ଡ୍ରୋନ୍‌ ଖସାଇ ଦେଇଥିବା ସେ ଦାବି କରିଛନ୍ତି। ପାକିସ୍ତାନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏଚ୍‌କ୍ୟୁ-୯ ଓ ଏଚ୍‌କ୍ୟୁ-୧୬ ଏୟାର ଡିଫେନ୍ସ ଲଞ୍ଚର୍‌ ଆକ୍ରମଣ ଯେଗୁଁ ନଷ୍ଟ ହୋଇଥିବା ପାକ୍‌ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି।

ଡ୍ରୋନ୍‌ ବ୍ୟବହାର କରି ଏହି ବିସ୍ଫୋରଣ କରାଯାଇଛି ବୋଲି ପାକିସ୍ତାନ କହିଛି। ସାଧାରଣ ଲୋକଙ୍କୁ ଘରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସୁରକ୍ଷାକର୍ମୀ ପ୍ରଭାବିତ ଅଞ୍ଚଳ‌ରେ ଅପରେସନ୍‌ ଜାରି ରଖିଛନ୍ତି। ଆଜି ଲାହୋରରେ ସାଇରନ୍‌ ବାଜିବା ଏବଂ ୱାଲଟନ୍‌ ବିମାନବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ହେବାପରେ ଲୋକମାନେ ପ୍ରାଣ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ। ଲୋକମାନେ ଭୟ‌ରେ ଦୌଡ଼ୁଥିବା ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି। ଆଜି ସନ୍ଧ୍ୟା ୮ଟାରେ ରାୱଲପିଣ୍ଡି କ୍ରିକେଟ୍‌ ଷ୍ଟାଡିୟମରେ ପାକିସ୍ତାନ ସୁପର୍‌ ଲିଗ୍‌ ମ୍ୟାଚ୍‌ ଥିବାବେଳେ ଏହାର କିଛି ଘଣ୍ଟା ପୂର୍ବରୁ ଷ୍ଟାଡିୟମ୍‌ରେ ଡ୍ରୋନ୍‌ ଆକ୍ରମଣ ହୋଇଥିଲା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button