ଖେଳ ଖବର

‘ଅପରେସନ୍ ସିନ୍ଦୂର’ର ପ୍ରଭାବ: ଏଠାକୁ ସ୍ଥାନାନ୍ତର ହେଲା ଆଇପିଏଲ ମ୍ୟାଚ୍

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ, ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏହା ପରେ, ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ଥିବା ଅତି କମରେ ୧୮ଟି ବିମାନବନ୍ଦରକୁ ବନ୍ଦ କରିଦିଆଗଲା, ଯେଉଁଥିରେ ଶ୍ରୀନଗର, ଲେହ, ଜମ୍ମୁ, ଅମୃତସର, ପଠାନକୋଟ, ଚଣ୍ଡିଗଡ଼, ଯୋଧପୁର, ଜୈସଲମେର, ସିମଲା, ଧର୍ମଶାଳା ଏବଂ ଜାମନଗର ଅନ୍ତର୍ଭୁକ୍ତ।

ଧର୍ମଶାଳା ବିମାନବନ୍ଦର ଅସ୍ଥାୟୀ ଭାବରେ ବନ୍ଦ ହେବା ଫଳରେ ସେଠାରେ ଖେଳାଯିବାକୁ ଥିବା ଆଇପିଏଲ ଦଳଗୁଡ଼ିକର ଯାତ୍ରା ପ୍ରଭାବିତ ହୋଇଛି। ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମେ’ ୧୧ରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବାର ଥିଲା, ଯାହାକୁ ବର୍ତ୍ତମାନ ଅହମ୍ମଦାବାଦକୁ ସ୍ଥାନାନ୍ତର କରାଯାଇଛି।

ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ମେ’ ୧୧ରେ ଅପରାହ୍ନ ୩.୩୦ ସମୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଗୁଜରାଟ କ୍ରିକେଟର ସଂଘର ସଚିବ ଅନିଲ ପଟେଲ କହିଛନ୍ତି ଯେ, ‘ବିସିସିଆଇ ଆମକୁ ଅନୁରୋଧ କରିଥିଲା ​​ଏବଂ ଆମେ ତାହା ଗ୍ରହଣ କରିଥିଲୁ। ମୁମ୍ବାଇ ଇଣ୍ଡିଆନ୍ସ ଆଜି ପହଞ୍ଚିବ ଏବଂ ପଞ୍ଜାବ କିଙ୍ଗସର ଆସିବା ଯୋଜନା ବିଷୟରେ ପରେ ଜଣାପଡିବ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button