ମନୋରଞ୍ଜନ

ମେଟ୍‌ ଗାଲାରେ ଡେବ୍ୟୁ କରି ମାତୃତ୍ବ ମନାଇଲେ କିଆରା

ମୁମ୍ବାଇ: ମେଟ୍ ଗାଲାରେ‌ ଡେବ୍ୟୁ କରିଛନ୍ତି ଗର୍ଭବତୀ ଥିବା ଅଭିନେତ୍ରୀ କିଆରା ଆଡଭାନୀ। ସେ ତାଙ୍କ ସ୍ବାମୀ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ବେଳେ ଡିଜାଇନର ଗୌରବ ଗୁପ୍ତାଙ୍କ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ଗାଉନ ପିନ୍ଧି ମେଟ୍ ଗାଲାରେ ନଜର ଆସିଛନ୍ତି। ପୋଷାକରେ ସେ ତାଙ୍କର ମାତୃତ୍ବ ମନାଉଥିବାର ସ୍ପଷ୍ଟ ଦେଖିବାକୁ ମିଳିଛି।

ନ୍ୟୁୟର୍କର ପ୍ରତିଷ୍ଠିତ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟରେ ହେଉଥିବା ମେଟ୍ ଗାଲା ୨୦୨୫ରେ ପହଞ୍ଚିବା ସମୟରେ ମା’ ହେବାକୁ ଥିବା କିଆରା ଏକ ମୋନୋକ୍ରୋମ୍ ଗାଉନରେ ବେଶ୍‌ ଆକର୍ଷଣୀୟ ‌ଦିଶୁଥିଲେ। କିଆରା ‘ବ୍ରେଭ୍‌ ହାର୍ଟସ’ ଥିମ୍‌ରେ ସଜ ହୋଇ ଏକ ଉଦାହରଣ ପାଲଟିଛନ୍ତି। ତାଙ୍କର ଲୁକ୍‌ ଫ୍ୟାଶନ ଅପେକ୍ଷା ନାରୀତ୍ୱକୁ ଅଧିକ ପ୍ରତିପାଦନ କରୁଥିଲା। ଗାଉନରେ ଘୁଙ୍ଗୁରୁ ଏବଂ କ୍ରିଷ୍ଟାଲ୍‌ ଲାଗିିବା ବେଳେ କଳା ରଂଗର କପଡ଼ାର ବକ୍ଷ ଅଞ୍ଚ‌ଳରେ ସୁନା ପ୍ଲେଟ୍‌ ଲାଗିଥିବା ଦେଖିବାକୁ ମିିଳିଥିଲା। ଦୁଇଟି ପ୍ରତୀକାତ୍ମକ ମାଆ ଓ ଛୁଆ ହୃଦୟ (ହାର୍ଟ) ବି ଦେଖିବାକୁ ମିଳିଥିଲା କିଆରାଙ୍କ‌ ପୋଷାକରେ।

କିଆରା ଲାଲ କାର୍ପେଟରେ ଶକ୍ତି ଏବଂ ମାତୃତ୍ୱର ଏକ ସ୍ପଷ୍ଟ ଚିତ୍ର ଆଙ୍କିବାରେ ସଫଳ ହୋଇଥିଲେ। ତାଙ୍କର ପୋଷାକ ଚୟନ ଚିନ୍ତାଶୀଳ ଥିଲା ଏବଂ ତାଙ୍କର ମେକଅପ୍ ଓ ଷ୍ଟାଇଲିଂ ଆହୁରି ଉଚ୍ଚ କୋଟ୍ଟୀର ଥିଲା। ନ୍ୟୁଡ୍‌ ଲିପ୍‌ଷ୍ଟିକ୍‌ ଓ ହାଲୁକା ଆଇ-ସ୍ୟାଡୋ ଲଗାଇ ସେ ନିଜର ଲୁକ୍‌କୁ ପୂରା କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button