ଦେଶ- ବିଦେଶ

ନାମଫଳକରୁ ସିନା ହଟିଲା ଜଗନ୍ନାଥ ଧାମ ନାମ

କୋଲକାତା : ଥମୁନି ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ବିବାଦ। ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଛି। ସବୁଆଡୁ ବିରୋଧର ସୁଅ ଛୁଟୁଛି।

ଅନେକ ବାଦ ବିବାଦ ପରେ ଦୀଘା ମନ୍ଦିର ନିକଟରୁ ‘ଜଗନ୍ନାଥ ଧାମ’ ନାମଫଳକ ହଟାଇ ଦିଆଯାଇଛି। ତେବେ ଓ୍ବେବ୍‌ସାଇଟ୍‌ ରହିଥିବା ଦେଖିବାକୁ ମିଳିଛି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଭାଜପା ମିଡିଆ ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ ସୂଚନା ଦେଇଛନ୍ତି। ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ଏହାକୁ କାଢ଼ିଥିବା ସୂଚନା ମିଳିଛି। ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ‘X’ରେ ଲେଖିଛନ୍ତି। ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ବୋଲି ସେ କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button