ଖେଳ ଖବର

ମହମ୍ମଦ ଶାମୀଙ୍କୁ ହତ୍ୟା ଧମକ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଧମକ ଦିଆଯାଇଥିବା ନେଇ ଏକ ବଡ଼ ଖବର ଆସିଛି। ତାଙ୍କୁ ଏକ ଇମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି ।

ଅଭିଯୋଗ ମିଳିବା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଶାମି ବର୍ତ୍ତମାନ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳ ପାଇଁ ଖେଳୁଛନ୍ତି। ରବିବାର ସନ୍ଧ୍ୟାରେ ତାଙ୍କୁ ଏହି ଇମେଲ୍ ଆସିଥିବା ଜଣାପଡ଼ିଛି। ମହମ୍ମଦ ଶାମି ୟୁପିର ଆମରୋହାର ବାସିନ୍ଦା। ଶାମିଙ୍କ ଭାଇ ହସିବ ଅହମ୍ମଦ ପୁଲିସ ଷ୍ଟେସନକୁ ଯାଇ ଏହି ମାମଲାରେ ଏକ ଏଫଆଇଆର ଦାଖଲ କରିଛନ୍ତି। ଏଫଆଇଆର ଅନୁସାରେ ରାଜପୁତ ସିନ୍ଦର ନାମକ ବ୍ୟକ୍ତି ଏହି ଧମକ ଦେଇଛନ୍ତି । ସେ ୧ କୋଟି ଟଙ୍କା ଦାବି କରି ଏହି ଧମକ ଦେଇଥିବା କୁହାଯାଇଛି ।

ଗତ ମାସରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ମଧ୍ୟ ସମାନ ପ୍ରକାରର ଏକ ହତ୍ୟା ଧମକ ଆସିଥିଲା । ଏହା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button