ଦେଶ- ବିଦେଶ

ଧରାପଡ଼ିଲା ସୀମାଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଥିବା ଯୁବକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ରବୁପୁରା ଗାଁରେ ରହୁଥିବା ପାକିସ୍ତାନୀ ନାଗରିକ ସୀମା ହାଇଦରଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଗତ ଶନିବାର ଅର୍ଥାତ ଏପ୍ରିଲ ୩ ତାରିଖରେ ହୋଇଥିଲା।
ସୀମାଙ୍କ ଉପରେ ଆକ୍ରମଣ କରିଥିବା ଯୁବକଙ୍କ ନାମ ତେଜସ ଝାନି ସେ ଗୁଜରାଟର ବାସିନ୍ଦା ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏପ୍ରିଲ ୩ ତାରିଖ ଦିନ ସୀମାଙ୍କ ଘରେ ପଶି ତେଜସ ଝାନି ଆକ୍ରମଣ କରିଥିଲା। ତେଜସ ପ୍ରଥମେ ଘରର ଦ୍ୱାରକୁ ଗୋଇଠା ମାରିଥିଲା। ଗୋଇଠା ମାଡ଼ରେ କବାଟ ଆପଣାଛାଏଁ ଖୋଲି ଯିବା ପରେ ସେ ଭିତରକୁ ଜୋରଜବରଦସ୍ତି ପଶି ସୀମା ହାଇଦରଙ୍କ ଉପରେ ଆକ୍ରମଣ କରି ଗଳାକାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲା।
ଜୀବନବିକଳରେ ସୀମା ଉଦ୍ଧାର ପାଇଁ ଡାକ ପକାଇଥି‌ଲେ। ସୀମାଙ୍କ ଡାକ ଶୁଣି ପାଖରେ ଥିବା ଲୋକମାନେ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଧାଇଁ ଆସି ତେଜସକୁ କାବୁ କରି ନେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତେଜସକୁ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି। ଏଥିସହିତ ଆକ୍ରମଣକାରୀର ମୋବାଇଲ୍ ଫୋନକୁ ପୁଲିସ ଜବତ କରି ନେଇଛି।

ସୀମାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଏସିପି ସାର୍ଥକ ସେଙ୍ଗାର କହିଛନ୍ତି, ‘ ଅଭିଯୁକ୍ତକୁ ହେପାଜତକୁ ନିଆଯାଇ ପଚରାଉଚରା କରାଯାଉଛି। ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ କହିଛି,‘‘ ସୀମା ତାଙ୍କ ଉପରେ କଳାଯାଦୁ କରିଛନ୍ତି। ତେଣୁ ସେ ତାଙ୍କୁ ହତ୍ୟା କରିବାକୁ ଯାଇଥିଲେ।’’ ସନ୍ଦେହ କରାଯାଉଛି କି ତେଜସଙ୍କ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ପୁଲିସ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରୁଛି। ସୀମା ହାଇଦର ୨୦୨୩ ମସିହାରେ ନୋଏଡାର ବାସିନ୍ଦା ସଚିନଙ୍କ ପ୍ରେମରେ ପଡ଼ି ପାକିସ୍ତାନରୁ ନେପାଳ ଦେଇ ଭାରତ ଚାଲି ଆସିଥିଲେ। ସୀମା ନେପାଳରେ ସଚିନଙ୍କୁ ବିବାହ କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button