ମନୋରଞ୍ଜନ

ଚାଲିଗଲା ମାଲାୟଲମ ଅଭିନେତାଙ୍କ ଜୀବନ

ନୂଆଦିଲ୍ଲୀ: ମାଲାୟଲମ ଅଭିନେତା ବିଷ୍ଣୁ ପ୍ରସାଦଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଅଭିନେତା କିଶୋର ସତ୍ୟ ନିଶ୍ଚିତ କରିଛନ୍ତି, ଯିଏ ନିଜ ଫେସବୁକ୍ ହ୍ୟାଣ୍ଡେଲରେ ବିଷ୍ଣୁ ପ୍ରସାଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ତାଙ୍କ ପୋଷ୍ଟରେ ଲେଖାଯାଇଛି ଯେ, “ପ୍ରିୟ ବନ୍ଧୁଗଣ, ଏକ ଅତ୍ୟନ୍ତ ଦୁଃଖଦ ଖବର ଦେବାକୁ ଯାଉଛି। ବିଷ୍ଣୁ ପ୍ରସାଦଙ୍କ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ପ୍ରାର୍ଥନା କରୁଛି ଯେ ତାଙ୍କ ପରିବାର ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଶକ୍ତି ପାଆନ୍ତୁ।”

ସୂଚନା ଅନୁଯାୟୀ, ବିଷ୍ଣୁ ପ୍ରସାଦ ଗମ୍ଭୀର ଯକୃତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଅଭିନେତାଙ୍କ ପରିବାର ତାଙ୍କ ଯକୃତ ପ୍ରତିରୋପଣ ପାଇଁ ପ୍ରସ୍ତୁତି କରୁଥିଲେ ଏବଂ ତାଙ୍କ ଝିଅ ମଧ୍ୟ ସ୍ୱେଚ୍ଛାକୃତ ଭାବରେ ଯକୃତ ଦେବାକୁ ପ୍ରସ୍ତୁତ ଥିଲେ। ହେଲେ ପରିବାର ପାଖରେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକୀୟ ପାଣ୍ଠି ନଥିବାରୁ ଏହାକୁ ଯୋଗାଡ଼ କରିବାକୁ ସେ ସଂଘର୍ଷ କରୁଥିଲେ।

ମାଲାୟଲମ୍ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ବିଷ୍ଣୁ ପ୍ରସାଦ ଏକ ଲୋକପ୍ରିୟ ନାମ ଥିଲେ। ସେ ‘ଥୋଣ୍ଡିମୁଥଲମ୍ ଡ୍ରିକ୍ସାକ୍ସିୟମ୍’ ଏବଂ ‘ସୁଦାନୀ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ଥାନ ତିଆରି କରିଥିଲେ | ସେ ‘କାଶୀ’, ‘କଇ ଏଥୁମ୍ ଦୁରେଥୁ’, ‘ରନୱେ’, ‘ମମ୍ବାଜାକାଲମ୍’, ‘ଲାୟନ୍’, ‘ବେନ୍ ଜନସନ’, ‘ଲୋକନାଥନ୍ ଆଇଏସ୍’, ‘ପଟାଖା’ ଏବଂ ‘ମରାଠା ନାଡୁ’ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button