ଦେଶ- ବିଦେଶ

ରାସ୍ତାରେ ବସ୍ ଅଟକାଇ ନମାଜ୍ ପଢ଼ିଲେ ଚାଳକ

ବେଙ୍ଗାଲୁରୁ: ରାସ୍ତାରେ ବସ୍ ଅଟକାଇ ନମାଜ୍ ପଢ଼ିଲେ ଚାଳକ। ଭିଡିଓ ଭାଇରାଲ ହେବା ପରେ ଦିଆଗଲା ତଦନ୍ତ ନିର୍ଦ୍ଦେଶ। କର୍ଣ୍ଣାଟକର ଏକ ରାଜ୍ୟ ପରିବହନ ବସ୍‌ର ଡ୍ରାଇଭର ଏଭଳି କରିଥିବା ଜଣାଯାଇଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ବସ୍‌ ଚାଳକ ନମାଜ ପାଠ କରିବା ପାଇଁ ରାସ୍ତା କଡ଼ରେ ଗାଡ଼ି ଅଟକାଇବା ଏବେ ଚର୍ଚ୍ଚାରେ ରହିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ, ବ୍ୟକ୍ତି ଜଣକ ବସ୍‌ ଭିତରେ ଥିବା ଏକ ସିଟ୍‌ରେ ବସି ନମାଜ ପାଠ କରୁଛନ୍ତି। ବ୍ୟକ୍ତି ଜଣକ ନମାଜ ପଢ଼ିବାରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ସହ ଅବିଚଳିତ ଦେଖାଯାଉଥିବା ବେଳେ, ଯାତ୍ରୀମାନେ ତାଙ୍କୁ ଦେଖୁଥିବାର ଦେଖାଯାଉଛି। ଏହା ସହ ବାହାରେ ଗାଡ଼ି ସ୍ବାଭାବିକ ଭାବେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି।

ମଙ୍ଗଳବାର ସନ୍ଧ୍ୟାରେ ଜଭେରୀ ନିକଟସ୍ଥ ହୁବଲ୍ଲୀ ହଭେରୀ ମାର୍ଗରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଭିଡିଓଟି ଅନଲାଇନରେ ଭାଇରାଲ ହେବା ପରେ କର୍ଣ୍ଣାଟକ ପରିବହନ ମନ୍ତ୍ରୀ ରାମଲିଙ୍ଗ ରେଡ୍ଡୀ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରେଡ୍ଡୀ ଉତ୍ତର ପଶ୍ଚିମ କର୍ଣ୍ଣାଟକ ସଡ଼କ ପରିବହନ ନିଗମର ପରିଚାଳକଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, “ମଝି ରାସ୍ତାରେ ବସ୍ ଅଟକାଇ ନମାଜ ପାଠ କରିବା ଆପତ୍ତିଜନକ। ସରକାରୀ ସେବାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଭାବରେ କିଛି ନିୟମ ପାଳନ କରିବାକୁ ପଡେ। ଯଦିଓ ସମସ୍ତଙ୍କର ନିଜର ଧର୍ମ ପାଳନ କରିବାର ଅଧିକାର ଅଛି, କିନ୍ତୁ ସେମାନେ ଅଫିସ ସମୟ ପରେ ବା ପୂର୍ବରୁ ଏହା କରିପାରିବେ। ଉକ୍ତ ଭାଇରାଲ୍ ଭିଡିଓର ତୁରନ୍ତ ତଦନ୍ତ କରାଯାଉ। ଯଦି କର୍ମଚାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଉ। ଭବିଷ୍ୟତରେ ଏହି ପ୍ରକାରର ଘଟଣାର ପୁନରାବୃତ୍ତି ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।”

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button