ଦେଶ- ବିଦେଶ

ନରେନ୍ଦ୍ର ସିଂହ ତୋମର ପୁଅ ବିବାହ ପାଇଁ ଆୟୋଜନ କରିଥିବା କାର୍ଯ୍ୟକ୍ରମକୁ ନେଇ ହେଲେ ଟ୍ରୋଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ନରେନ୍ଦ୍ର ସିଂହ ତୋମରଙ୍କ ପୁଅର ବିବାହରେ ଭିଆଇପି ଅତିଥିମାନଙ୍କର ଏକ ସମାଗମ ହୋଇଥିଲା। ବର ଓ କନ୍ୟାଙ୍କୁ ଆଶୀର୍ବାଦ ଦେବା ପାଇଁ ଅନେକ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବଡ଼ବଡ଼ ନେତାମାନେ ଆସି ପହଞ୍ଚିଥିଲେ।

କେବଳ ଏତିକି ନୁହେଁ ଏହି ବିବାହରେ ଅରବାଜ ଖାନଙ୍କ ସମେତ ଅନେକ ବଲିଉଡ ଷ୍ଟାର ମଧ୍ୟ ଯୋଗ ଦେଇଥିଲେ। ନରେନ୍ଦ୍ର ସିଂ ତୋମାରଙ୍କ ସାନପୁଅ ପ୍ରବଲ ପ୍ରତାପ ତୋମାର ଅରୁନ୍ଧତୀ ସିଂଙ୍କୁ ବିବାହ କରିଛନ୍ତି। ବିବାହ ଉତ୍ସବ ଜୟପୁରର ଜୟମହଲ ପ୍ୟାଲେସରେ ଅନୁଷ୍ଠିତ ହୋଇଥିଲା।

ବିବାହର ତିନି ଦିନ ପୂର୍ବରୁ ଗ୍ୱାଲିୟରରେ ପ୍ରିୱେଣ୍ଡିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ବାଲିୟରରେ ଆୟୋଜିତ ସଙ୍ଗୀତ ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ଗାୟକ ବି ପାର୍କ ପରିବେଷଣ କରିଥିଲେ।

ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ନୃତ୍ୟକୁ ନେଇ ଏହି ବିବାହ ବିବାଦରେ ଘେରି ରହିଛି। ।
ଏହାକୁ ନେଇ ସୋସିଆଲ ମିଡିଆରେ ନରେନ୍ଦ୍ର ସିଂହ ତୋମରଙ୍କୁ ମଧ୍ୟ ପ୍ରବଳ ଟ୍ରୋଲ କରାଯାଉଛି। ପହଲଗାମ ଆକ୍ରମଣ ପରେ ଦେଶବାସୀ ପ୍ରତିଶୋଧ ନିଆଁରେ ଜଳୁଥିବା ବେଳେ ନରେନ୍ଦ୍ର ସିଂହ ତୋମର ପୁଅର ବିବାହ ପାଇଁ ଆୟୋଜିତ କରିଥିବା କାର୍ଯ୍ୟକ୍ରମ ତଥା ବିବାହ ପୂର୍ବର କାର୍ଯ୍ୟକ୍ରମ ସେଥିରେ ପୁଣି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ପ୍ରଦର୍ଶନକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button