ରାଜ୍ୟ

ଖାଦାନରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଅନ୍ତର୍ଗତ ଜଗଦା ନୀଳଶୈଳ କଲେଜ ନିକଟରେ ଥିବା ଏକ ଖଦାନରୁ ଆଜି ସକାଳେ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମହିଳା ଜଣକ ଦଳପୋଷ ଅଞ୍ଚଳର ଗୀତା ବଡାଇକ୍ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଝିରିପାଣି ଥାନା ଅନ୍ତର୍ଗତ ଜଗଦା ନୀଳଶୈଳ କଲେଜ ନିକଟରେ ଥିବା ଏକ ଖଦାନରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଗୀତାଙ୍କ ମୃତ୍ୟୁ ହୋଇଥିବା କେତେକ କହୁଥିବା ବେଳେ ଅନ୍ୟ କେତେକ ଲୋକ ତାଙ୍କ ମୃତ୍ୟୁରେ ସନ୍ଦେହ ପ୍ରକାଶ କରିଛନ୍ତି। ଗୀତାଙ୍କ ସ୍ବାମୀ ଅଟୋ ଚଳାଉ ଥିବା ବେଳେ ତାଙ୍କର ଏକ ୧୦ ବର୍ଷର ପୁଅ ଅଛି।

କେଉଁ ପରୀପ୍ରେକ୍ଷୀରେ ଗୀତାଙ୍କ ମୃତ୍ୟୁ ହେଲା ପୁଲିସ୍ ତାର ତଦନ୍ତ କରୁଛି। ଏ ବାବଦରେ ଝିରିପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ଦେଖାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button