ମନୋରଞ୍ଜନ

ଝରଣାରୁ ଖସିପଡ଼ି ‘ଫ୍ୟାମିଲି ମ୍ୟାନ୍-୩’ର ଅଭିନେତାଙ୍କ ମୃତ୍ୟୁ

ମୁମ୍ବାଇ: ମନୋରଞ୍ଜନ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ଆଗାମୀ ୱେବ୍ ସିରିଜ୍ ‘ଫ୍ୟାମିଲି ମ୍ୟାନ୍’ ସିଜିନ୍ ୩ ପାଇଁ ଚର୍ଚ୍ଚାରେ ଥିବା ଅଭିନେତା ରୋହିତ ବସଫୋରଙ୍କ ଦେହାନ୍ତ ହୋଇଯାଇଛି। ରବିବାର ଅପରାହ୍ନରେ, ଏପ୍ରିଲ ୨୭ ତାରିଖରେ ଗୌହାଟି ନିକଟସ୍ଥ ଗର୍ଭଙ୍ଗା ଜଳପ୍ରପାତରେ ରୋହିତଙ୍କ ମୃତଦେହ ମିଳିଥିଲା। କିନ୍ତୁ ପରିବାର ଲୋକ ସନ୍ଦେହ କରୁଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ତାଙ୍କ ମୃତ୍ୟୁ ଖବର ଆସିବା ପରେ ଏବେ ଅଭିନେତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି।

ରାଣୀ ପୁଲିସ ଷ୍ଟେସନର ଅଧିକାରୀମାନେ କହିଛନ୍ତି ଯେ, ଘଟଣାଟି ଅପରାହ୍ନ ପ୍ରାୟ ୨ଟା ସମୟରେ ଘଟିଥିଲା। ରୋହିତ ତାଙ୍କ ୯ଜଣ ବନ୍ଧୁଙ୍କ ସହ ପିକନିକ୍ କରିବାକୁ ସେଠାକୁ ଯାଇଥିଲେ। ଏହି ସମୟରେ ସେ ଜଳପ୍ରପାତରେ ପଡ଼ି ମୃତ୍ୟୁବରଣ କଲେ। ଆମେ ଅପରାହ୍ନ ପ୍ରାୟ ୪ଟାରେ ସୂଚନା ପାଇଥିଲୁ ଏବଂ ଅପରାହ୍ନ ୪:୩୦ରେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଏହା ପରେ, ଏସଡିଆରଏଫ ଦଳ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ରୋହିତଙ୍କ ମୃତଦେହ ଉଦ୍ଧାର କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button