ଦେଶ- ବିଦେଶ

ହନିମୁନ୍ ପାଇଁ ୟୁରୋପ ଯାଇଥାନ୍ତେ କିନ୍ତୁ…

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ମଧ୍ୟ ଅଛନ୍ତି । ଲେଫ୍ଟନାଣ୍ଟ ବିନୟ ନରୱାଲ ମାତ୍ର ୮ ଦିନ ପୂର୍ବରୁ ହିମାଂଶୀ ନରୱାଲଙ୍କୁ ବିବାହ କରିଥିଲେ ଏବଂ ସେମାନେ ହନିମୁନ୍ ପାଇଁ କାଶ୍ମୀର ଯାଇଥିଲେ । ଯଦିଓ ତାଙ୍କର ଯୋଜନା ୟୁରୋପ ଯିବାର ଥିଲା, କିନ୍ତୁ ଭିସା ନ ପାଇବାରୁ ତାଙ୍କୁ ତାଙ୍କର ପ୍ଲାନ୍ ବଦଳାଇବାକୁ ପଡିଲା ଏବଂ ସେ କାଶ୍ମୀର ଗଲେ ।

ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ବୟସ ୨୬ ବର୍ଷ ଥିଲା ଏବଂ ସେ ମାତ୍ର ଆଠ ଦିନ ପୂର୍ବରୁ ହିମାଂଶୀ ନରୱାଲଙ୍କୁ ବିବାହ କରିଥିଲେ । ରିପୋର୍ଟ ଅନୁଯାୟୀ, ଦମ୍ପତି ପ୍ରଥମେ ସେମାନଙ୍କର ହନିମୁନ୍ ପାଇଁ ୟୁରୋପ ଯିବାକୁ ଚାହୁଥିଲେ କିନ୍ତୁ ଭିସା ପାଇପାରିନଥିଲେ । ଯେଉଁଥିପାଇଁ ତାଙ୍କୁ ୟୁରୋପ ଯିବା ପ୍ଲାନକୁ କ୍ୟାନସଲ୍ କରିବାକୁ ପଡିଥିଲା । ବିନୟ ହରିୟାଣାର କର୍ଣ୍ଣାଲର ବାସିନ୍ଦା । ତାଙ୍କ ପରିବାର ହରିୟାଣାର କର୍ଣ୍ଣାଲର ସେକ୍ଟର ୭ରେ ରୁହନ୍ତି ।

ଆତଙ୍କବାଦୀମାନେ ହିମାଂଶୀଙ୍କ ସାମ୍ନାରେ ବିନୟଙ୍କୁ ଗୁଳି କରିଥିଲେ । ବିନୟ ଏବଂ ହିମାଂଶୀ ଏପ୍ରିଲ ୨୧ ତାରିଖରେ ଜମ୍ମୁ ଏବଂ କାଶ୍ମୀରରେ ପହଞ୍ଚିଥିଲେ ଏବଂ ଏପ୍ରିଲ ୨୨ ତାରିଖରେ ପହଲଗାମର ଏକ ହୋଟେଲରେ ଚେକ୍ ଇନ୍ କରିଥିଲେ । ହିମାଂଶୀ ନରୱାଲଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ ସେ ଏବଂ ବିନୟ ପହଲଗାମ ନିକଟରେ ମିନି ସ୍ୱିଜରଲ୍ୟାଣ୍ଡ ଭାବରେ ପ୍ରସିଦ୍ଧ ଏକ ପର୍ଯ୍ୟଟନ ସ୍ଥଳ ବୈସାରଣ ଭ୍ୟାଲି ପରିଦର୍ଶନ କରିବାକୁ ଯାଇଥିଲେ । ତା’ପରେ ଆତଙ୍କବାଦୀମାନେ ଆସି ଗୁଳି ଚଳାଇଲେ । ଭିଡିଓରେ ହିମାଂଶୀ କହୁଥିବାର ଦେଖାଯାଉଛି, ‘ମୁଁ ମୋ ସ୍ୱାମୀଙ୍କ ସହିତ ଭେଲପୁରି ଖାଉଥିଲି, ସେତେବେଳେ ଜଣେ ବ୍ୟକ୍ତି ଆସି ବିନୟଙ୍କ ଆଡ଼କୁ ଇଙ୍ଗିତ କରି କହିଲେ – ସେ ମୁସଲମାନ ନୁହଁନ୍ତି ଏବଂ ତା’ପରେ ସେ ଗୁଳି ଚଳାଇଲେ ।’

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button