ବିଶେଷ

୫୬ ଲକ୍ଷରେ ନିଲାମ ହେଲା ଭଙ୍ଗା ଫୁଲଦାନି

ଲଣ୍ଡନ: ବ୍ରିଟେନ୍‌ର ଏକ ଭଙ୍ଗା ଏବଂ ପୁରୁଣା ଫୁଲଦାନି ନିଲାମରେ ଏହା ୫୬ ଲକ୍ଷ ଟଙ୍କା (ପ୍ରାୟ ୬୬ ହଜାର ଡଲାର)ରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଛି। ଏହି ଫୁଲଦାନିଟି ପ୍ରସିଦ୍ଧ ଜର୍ମାନ-ବ୍ରିଟିଶ ମୃତ୍ତିକା ଶିଳ୍ପୀ ହାନ୍ସ କୋପରଙ୍କ ଏକ ବିରଳ କଳାକୃତି ହୋଇଥିବା ନେଇ ଜଣାପଡ଼ିବା ପରେ ନିଲାମରେ ଏହାକୁ କିଣିବାକୁ ପ୍ରତିଯୋଗିତା ବଢ଼ିଥିଲା। ୧୯୬୪ ମସିହାରେ ନିର୍ମିତ ହୋଇଥିବା ଏହି ୪ ଫୁଟ ଉଚ୍ଚତା ବିଶିଷ୍ଟ ଫୁଲଦାନି ଲଣ୍ଡନର ଏକ ବଗିଚାରେ ଅନେକ ବର୍ଷ ଧରି ପଡ଼ି ରହିଥିଲା।

୧୯୩୯ରେ ଜର୍ମାନୀରୁ ବ୍ରିଟେନ୍‌ ଆସିଥିଲେ। ନିଜର ଜଣେ ମହିଳା ଗ୍ରାହକଙ୍କ ଅନୁରୋଧ କ୍ରମେ ସେ ଏହି ଫୁଲଦାନିଟିକୁ ତିଆରି କରି ତାଙ୍କୁ ଦେଇଥିଲେ। ମହିଳା ଜଣକ ଏହି ଫୁଲଦାନିକୁ ବହୁ ବର୍ଷ ଧରି ସାଇତି ରଖିଥିଲେ, କିନ୍ତୁ ସମୟ କ୍ରମେ ଏହା ନଷ୍ଟ ହୋଇଯାଇଥିଲା। ମହିଳାଙ୍କ ମୃତ୍ୟୁର ଦୀର୍ଘବର୍ଷ ପରେ ଏକଦା ଉକ୍ତ ବଗିଚାରୁ ତାଙ୍କ ନାତି ଏବଂ ନାତୁଣୀ ଏହି ଫୁଲଦାନିଟିକୁ ଭାଙ୍ଗିଯାଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା କୌଣସି ବିଶେଷ ବସ୍ତୁ ହୋଇଥିବା ନେଇ ସେମାନେ ଅନୁଭବ କରିଥିଲେ। ତେଣୁ ସେମାନେ ଏହାର ମୂଲ୍ୟକୁ ଯାଞ୍ଚ କରିବା ପାଇଁ ଲଣ୍ଡନସ୍ଥିତ ଚିସ୍‌ୱିକ୍‌ ଅକ୍ସନ ସହ ଯୋଗାଯୋଗ କରିଥିଲେ। ସେଠାରେ ମୃତ୍ତିକା ବିଶେଷଜ୍ଞ ଜୋ ଲୟଡ୍‌ ଏହି ଫୁଲଦାନିକୁ ଯାଞ୍ଚ କରିଥିଲେ। ଏହି ଫୁଲଦାନିଟି କୌଣସି ସାଧାରଣ ବସ୍ତୁ ନୁହେଁ ବୋଲି ସେ ଜାଣିପାରିଥିଲେ। ଏହା ବିଶିଷ୍ଟ କୁମ୍ଭକାର ଶିଳ୍ପୀ ହାନ୍ସ କୋପରଙ୍କ ନିର୍ମିତ ଏକ ଐତିହାସିକ କଳାକୃତି ବୋଲି ସେ କହିଥିଲେ। ଫଳରେ ଫୁଲଦାନିଟିକୁ ନିଲାମ କରିବାକୁ ମହିଳାଙ୍କ ନାତି ଏବଂ ନାତୁଣୀ ନିଷ୍ପତ୍ତି ନେଇଥିଲେ। ନିଲାମ ପୂର୍ବରୁ ଏହି ଫୁଲଦାନିଟି ୬.୭ରୁ ୧୧ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି ହେବ ବୋଲି ଚିସ୍‌ୱିକ୍‌ ଅକ୍ସନ ପକ୍ଷରୁ ଅନୁମାନ କରାଯାଇଥିଲା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button