ଦେଶ- ବିଦେଶ

ମହାକାଶରେ ଗୀତ ଗାଇବାରେ ପ୍ରଥମ ପପ୍‌ ତାରକା

ପ୍ରଥମଥର ପାଇଁ କେବଳ ମହିଳା ଅଭିଯାତ୍ରୀଙ୍କୁ ନେଇ ମହାକାଶ ଯାତ୍ରା କରିଥିବା ‘ବ୍ଲୁ ଅରିଜିନ୍’ ରକେଟ୍‌ରେ ପୃଥିବୀପ୍ରସିଦ୍ଧ ପପ୍‌ ଗାୟିକା କ୍ୟାଟି ପେରି ଗାଇଥିବା ଗୀତ ଏବେ ଖୁବ ଲୋକପ୍ରିୟ ହେବାରେ ଲାଗିଛି। କ୍ରିଉ ସଦସ୍ୟମାନେ ବିମାନ ଭିତରୁ ଭୂପୃଷ୍ଠକୁ ଚାହିଁଲା ପରେ ଏହାର ମନଲୋଭା ଦୃଶ୍ୟରେ ଅଭିଭୂତ ହୋଇପଡ଼ିଥିଲେ ଏବଂ ସେହି ବିରଳ ମୁହୂର୍ତ୍ତରେ ପେରିଙ୍କ କଣ୍ଠରୁ ନିସୃତ ଲୁଇ ଆର୍ମଷ୍ଟ୍ରଙ୍ଗଙ୍କ ଗୀତ ‘ହ୍ବାଟ୍‌ ଏ ଵାଣ୍ଡରଫୁଲ ଵାର୍ଲଡ୍‌’ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା।

ଏଥି ସହିତ କ୍ୟାଟି ମହାକାଶରେ ଗୀତ ଗାଇଥିବା ପ୍ରଥମ ପପ୍‌ ତାରକା ପାଲଟିଛନ୍ତି। ଅନ୍ୟ ଯାତ୍ରୀଙ୍କ ପାଇଁ ପେରିଙ୍କ ଗାୟନ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା ଏବଂ ତାହା ସେମାନଙ୍କ ମନକୁ ଶାନ୍ତି ଓ ବିସ୍ମୟରେ ଭରିଦେଇଥିଲା ବୋଲି ଅନ୍ୟତମ ସହଯାତ୍ରୀ ଗେଲ୍‌ କିଙ୍ଗ୍‌ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ମହିଳା ମହାକାଶଚାରୀମାନଙ୍କର ଏହି ଅନ୍ତରୀକ୍ଷ ଯାତ୍ରା ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button