ରାଜ୍ୟ

ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦.୪୦ରେ ରିଜର୍ଭ ପୋଲିସ ଗ୍ରାଉଣ୍ଡଠାରେ ପହଞ୍ଚି ସେଠାରୁ ଦିନ ୧୧ ଟାରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ତମ ସବ୍‌ ଜୁନିୟର ବାଳକ ହ୍ୟାଣ୍ଡବଲ ଚମ୍ପିୟନଶିପ୍‌ରେ ଯୋଗ ଦେଇଥିଲେ। ତାଙ୍କ ସହ ପାଟଣା ବିଧାୟକ ଡାକ୍ତର ଫକୀର ମୋହନ ନାଏକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜୟ ଜଗନ୍ନାଥ, ଜୟ ମା’ ତାରିଣୀ କହି ଖେଳାଳିଙ୍କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ। ପରେ ପରେ ହିନ୍ଦୀରେ ମଧ୍ୟ ଖେଳାଳିମାନଙ୍କୁ ଅଭିଭାଷଣ ଓ ଶୁଭେଛା ଜଣାଇଥିଲେ।

ହ୍ୟାଣ୍ଡବଲ ଖେଳ ପାଇଁ କେନ୍ଦୁଝର ପ୍ରସିଦ୍ଧ ଓ ୧୯୮୦ରେ ପ୍ରଥମେ ଏଠାରେ ଜାତୀୟ ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗିତା ହେଇଥିଲା ଦୀର୍ଘ ୪୫ ବର୍ଷ ପରେ ପୁଣି ଆଜି ଏଠାରେ ଜାତୀୟ ପ୍ରତିଯୋଗିତାର ସୌଭାଗ୍ୟ ମିଳିଛି ବୋଲି କହିଥିଲେ। ହ୍ୟାଣ୍ଡବଲ ଖେଳ ଆଜି ସମସ୍ତଙ୍କୁ ଏକାଠି କରି ପାରିଛି। ଏହି ଖୋଳର ମୂଲ୍ୟବୋଧକୁ ବୁଝ ଆଗକୁ ବଢ଼ାବାକୁ ଆହ୍ବାନ ଦେଇଥିଲେ। ଏ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଛନ୍ତି। କ୍ରୀଡ଼ାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗଢ଼ି ତୋଳିବାକୁ ପ୍ରତି ବ୍ଲକରେ ମଧ୍ୟ ଖେଳକୁ ଗୁରୁତ୍ୱ ଦିଆଯାଉଛି। ପ୍ରତି ବ୍ଲକରେ ଖେଳ ପଡ଼ିଆ ଓ ପଞ୍ଚାୟତରେ ମିନି ଷ୍ଟାଡିୟମ୍‌ରେ ହେବ ଓ ଗୋଟିଏ ଗୋଟିଏ ଇନ୍‌ଡୋର ଷ୍ଟାଡିୟମ ମଧ୍ୟ ହେବ। ୧୪ଟି ଇନ୍‌ଡୋର ସୁଇମିଂ ପୁଲ, ତୀରନ୍ଦାଜ ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛ।

ଏ କେନ୍ଦୁଝରର ହ୍ୟାଣ୍ଡବଲ ପଡ଼ିଆ ଏସିଆ ମହାଦେଶର ପ୍ରଥମ ସିସ୍ଥେଟିକ ପଡ଼ିଆ। ଆମ ସରକାର ଖେଳ ସହ ରାଜ୍ୟର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି। ହ୍ୟାଣ୍ଡବଲର ଆହୁରି ଉନ୍ନତି ସହ ଅନ୍ତର୍ଜାତୀୟ ସ୍ତରରେ ଖେଳାଳି ପ୍ରସ୍ତୁତ ପାଇଁ ଯାହା ଦରକାର ସରକାର ପ୍ରଦାନ କରିବେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button