ରାଜ୍ୟ

କାଲିମେଳା ବିଡିଓଙ୍କ ବିରୋଧରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର ପ୍ରଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ବିଡିଓଙ୍କ ବିରୋଧରେ ଗର୍ଜିଛନ୍ତି କାଲିମେଳା ବ୍ଲକର ସମସ୍ତ ଲୋକ ପ୍ରତିନିଧି। ବ୍ଲକର ଅଧ୍ୟକ୍ଷ,ଉପାଧ୍ୟକ୍ଷ ସମେତ ୨୩ଟି ପଞ୍ଚାୟତର ସମସ୍ତ ଲୋକ ପ୍ରତିନିଧି ଜିଲ୍ଲାପାଳଙ୍କୁ ଭେଟି ବିଡିଓଙ୍କ ବିରୋଧରେ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଡିଓ ପ୍ରଦୀପ କୁମାର କର ନିଜର ମନମୁଖୀ କାର୍ଯ୍ୟ ଓ ଅନୈତିକ କାର୍ଯ୍ୟ ପାଇଁ ବ୍ଲକରୁ ଦୁଇ ଦୁଇ ଥର ବଦଳି ହୋଇଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ବା ପ୍ରଭାବଶାଳୀ ବ୍ୟକ୍ତିଙ୍କର ଛତ୍ରଛାୟା ତଳେ ରହି ତାହାକୁ ରଦ୍ଦ କରିବାରେ ସଫଳ ହେଉଛନ୍ତି।

କାଲିମେଳା ବ୍ଲକର ଆଦିବାସୀ ଓ ମହିଳା ପିଇଓମାନଙ୍କୁ ଉଦେଶ୍ୟମୂଳକ ଭାବେ ରାତିରେ କାର୍ଯ୍ୟାଳୟକୁ ଡାକି ମାନିସିକ ଓ ଶାରିରୀକ ନିର୍ଯାତନା ଦେଉଛନ୍ତି। ବିଡିଓଙ୍କ କଥା ନଶୁଣିଲେ ମହିଳା ଅଧିକାରୀଙ୍କୁ କୈଫିୟତ ମାଗୁଛନ୍ତି। ବ୍ଲକ କାର୍ଯ୍ୟାଳୟରେ କିଛି ବାହାର ଲୋକଙ୍କୁ ଅସ୍ଥାୟୀ ରୂପେ କାମ କରିବାକୁ ସୁଯୋଗ ଦେଇ ସ୍ଥାୟୀ କର୍ମଚାରୀଙ୍କ କାମକୁ ସଂକୁଚିତ କରୁଛନ୍ତି। ବ୍ଲକରେ ବିଭିନ୍ନ କାର୍ଯ୍ୟରେ ବାହାର ରାଜ୍ୟର ଜଣେ ବ୍ୟକ୍ତିକୁ ଆଣି କାମ କରାଉଛନ୍ତି। ଉନ୍ନୟନ କାର୍ଯ୍ୟ ପାଇଁ ମାତ୍ରାଧିକ ପିସି ମାଗୁଥିବା ନେଇ ଅଭିଯୋଗ କରିଛନ୍ତି। ବିଡିଓଙ୍କ ବିରୋଧରେ ୨୪ ତାରିଖ ସୁଗ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୨୯ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ରାସ୍ତା ରୋକ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।
ଗତ ୨୦୨୪ ମସିହା ନଭେମ୍ବର ୧୮ ତାରିଖ ଦିନ ବ୍ଲକର ସମସ୍ତ ଲୋକ ପ୍ରତିନିଧି ତାଂକର ଆଚରଣ,ଉଚ୍ଚାରଣ ଏବଂ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଚେତାବନୀ ଦେଇଥିଲୁ। କିନ୍ତୁ ସେ କୌଣସି ପରିବର୍ତ୍ତନ ହେଲେ ନାହିଁ। ଏନେଇ ଲୋକ ପ୍ରତିନିଧିମାନେ ଏକ ଦାବିପତ୍ର ରାଜ୍ୟପାଳ ସମେତ ମୁଖ୍ୟମନ୍ତ୍ରୀ ସହ ଅନ୍ୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ କୌଣସି ଲୋକ ପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି ଏବଂ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ବ୍ଲକର ଉନ୍ନୟନ କାର୍ଯ୍ୟ ନେଇ ବ୍ଲକ ଅଧ୍ୟକ୍ଷଙ୍କ ସହ ଆଲୋଚନା କରୁନାହାନ୍ତି। ଗୁରୁବାର ହାଟ ଦିନ ଦୁରଦୁରାନ୍ତରରୁ ଆସୁଥିବା ଲୋକଙ୍କ କଥା ନଶୁଣି ଅନ୍ୟତ୍ର ଚାଲିଯାଉଛନ୍ତି। ଏକ ସରକାରୀ ଚାକିରିଆ ହୋଇ ଗୋଟିଏ ନିର୍ଦ୍ଧିଷ୍ଟ ଦଳର ପ୍ରତିନିଧି ସାଜି କାର୍ଯ୍ୟ କରିବା ସହିଦ ଅନ୍ୟ କୌଣସି ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ଗୁରୁତ୍ବ ଦେଉ ନାହାନ୍ତି।

କାଲିମେଳା ବ୍ଲକର ଆଦିବାସୀ ଓ ମହିଳା ପିଇଓମାନଙ୍କୁ ଉଦେଶ୍ୟମୂଳକ ଭାବେ ରାତିରେ କାର୍ଯ୍ୟାଳୟକୁ ଡାକି ମାନିସିକ ଓ ଶାରିରୀକ ନିର୍ଯାତନା ଦେଉଛନ୍ତି। ବିଡିଓଙ୍କ କଥା ନଶୁଣିଲେ ମହିଳା ଅଧିକାରୀଙ୍କୁ କୈଫିୟତ ମାଗୁଛନ୍ତି। ବ୍ଲକ କାର୍ଯ୍ୟାଳୟରେ କିଛି ବାହାର ଲୋକଙ୍କୁ ଅସ୍ଥାୟୀ ରୂପେ କାମ କରିବାକୁ ସୁଯୋଗ ଦେଇ ସ୍ଥାୟୀ କର୍ମଚାରୀଙ୍କ କାମକୁ ସଂକୁଚିତ କରୁଛନ୍ତି। ବ୍ଲକରେ ବିଭିନ୍ନ କାର୍ଯ୍ୟରେ ବାହାର ରାଜ୍ୟର ଜଣେ ବ୍ୟକ୍ତିକୁ ଆଣି କାମ କରାଉଛନ୍ତି। ଉନ୍ନୟନ କାର୍ଯ୍ୟ ପାଇଁ ମାତ୍ରାଧିକ ପିସି ମାଗୁଥିବା ନେଇ ଅଭିଯୋଗ କରିଛନ୍ତି। ବିଡିଓଙ୍କ ବିରୋଧରେ ୨୪ ତାରିଖ ସୁଗ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୨୯ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ରାସ୍ତା ରୋକ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button