ମନୋରଞ୍ଜନ
ଅଲ୍ଲୁ ଅର୍ଜୁନଙ୍କ ଜନ୍ମ ଦିବସରେ ନୂଆ ଫିଲ୍ମର ଘୋଷଣା

ମୁମ୍ବାଇ: ୱାଇଲ୍ଡ ଫାୟାର ପୁଷ୍ପାରାଜ ତାଙ୍କ ଆଗାମୀ ଫିଲ୍ମ ମାଧ୍ୟମରେ ପୂନର୍ବାର ସିନେମା ଦୁନିଆରେ ନିଆଁ ଲଗାଇବାକୁ ଆସିଛନ୍ତି । ପ୍ୟାନ ଇଣ୍ଡିଆ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ୪୩ ତମ ଜନ୍ମ ଦିବସ ଅବସରରେ ଅଟଲୀ କୁମାର ନୂଆ ଫିଲ୍ମର ଘୋଷଣା କରି ପ୍ରଶଂସକଙ୍କୁ ବଡ ଉପହାର ପ୍ରଦାନ କରିଛନ୍ତି । ଫିଲ୍ମର ଅସ୍ଥାୟୀ ଶୀର୍ଷକ ଏଏ୨୨ଏ୬ ରଖାଯାଇଛି । ଏହା ଏକ ସାଇନ୍ସ ଫିକ୍ସନ ଆକ୍ସନ ଡ୍ରାମା ହେବ ବୋଲି ଅନୁମାନ କରାଯାଉଛି । ଅଲ୍ଲୁ ଅର୍ଜୁନଙ୍କ ଏହା ୨୨ତମ ଏବଂ ଅଟଲୀଙ୍କ ଷଷ୍ଠ ଫିଲ୍ମ । କଳାନିଧି ମାରନା ଓ ଅଟଲୀ ମିଳିତ ଭାବେ ଏହାର ନିର୍ମାତା ରହିଛନ୍ତି । ଅଟଲୀ କହିଛନ୍ତି ଯେ, ଯେଉଁ ଫିଲ୍ମ ନିର୍ମାଣ କରିବା ମୋ ପାଇଁ ସ୍ୱପ୍ନ ଥିଲା ତାହା ଏବେ ସାକାର ହେବାକୁ ଯାଉଛି ।